24.1 C
Bhubaneswar
Monday, December 23, 2024
Homeଓଡିଶାଲାଇନ୍‌ମ୍ୟାନ୍‌ଙ୍କୁ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଲାଇନ୍‌ମ୍ୟାନ୍‌ଙ୍କୁ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଭୁବନେଶ୍ୱର : ଲାଇନ୍‌ମ୍ୟାନ୍‌ଙ୍କୁ ଆଶ୍ରବ୍ୟ ଭାଷାରେ ଗାଳିଗୁଳଜ କରିବା ସହ ଆକ୍ରମଣ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେ ହେଲେ ପ୍ରତାପ କୁମାର ପରିଡ଼ା ଓରଫ କାଲୁ । ତାଙ୍କ ଘର ଶିରିପୁରୁ ଫାର୍ମଗେଟ୍ ବସ୍ତିରେ । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ବିଦ୍ୟୁତ ବିଭାଗରେ ଚାକିରି କରନ୍ତି । ଘଟଣା ଦିନ ଅଭିଯୋଗକାରୀ ଏବଂ ତାଙ୍କର ସହକର୍ମୀ ମାନେ ୨୪୦କେଭି ଲାଇନ ମରାମତି ନିମନ୍ତେ ମାଳି କଲୋନୀ ବସ୍ତିକୁ ଯାଇଥିଲେ ।

ସେଠାରେ ଖୁଣ୍ଟରେ ଚଢି ମରାମତି କାମରେ ବ୍ୟସ୍ତ ଥିବା ସମୟରେ ଅଭିଯୁକ୍ତ ଜଣକ ହଠାତ ସମସ୍ତଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିବାର ଧମକ ଦେଇଥିଲେ । ଖୁଣ୍ଟରେ ଚଢି କାମକରୁଥିବା ସଦସ୍ୟ ମାନେ ତଳକୁ ଓଲ୍‌ହାଇବା ପରେ ଅଭିଯୁକ୍ତ ଜଣକ ଇଟା ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସମସ୍ତେ ଆହତ ହୋଇଥିଲେ । ଅଭିଯୁକ୍ତ ଜଣକ ସେମାନଙ୍କୁ ମାଡ଼ ମାରିବା ସହିତ ଜୀବନରୁ ମାରିଦେବା ଲାଗି ମଧ୍ୟ ଧମକ ଦେଇଥିଲେ ।

ଏହି ଘଟଣାରେ ଅଭିଯୋଗକାରୀ ଏବଂ ତାଙ୍କ ସହକର୍ମୀ ମାନେ ଭୟଭୀତ ହୋଇ ପିସିଆର ଭ୍ୟାନକୁ ସୂଚନା ଦେଇଥିଲେ । ସୂଚନା ପାଇ ସମ୍ପୃକ୍ତ ଥାନାର ପିସିଆର ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିବା ଦେଖି ଅଭିଯୁକ୍ତ ଜଣକ ସେଠାରୁ ଖସି ପଳାଇଯାଇଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଚଢଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking