31.1 C
Bhubaneswar
Wednesday, February 11, 2026
Homeଅପରାଧଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା

ଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା

କୋଲକାତା : ପଶ୍ଚିମବଙ୍ଗରେ ଘଟିଛି ଅଭବନୀୟ ଘଟଣା । ଭିଡ଼ ହିଂସା ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଝାରଗ୍ରାମ ଜିଲ୍ଲାର ଜାମ୍ବୋନି ଅଞ୍ଚଳରେ ଚୋରି ଅଭିଯୋଗରେ ଦୁଇଜଣ ଯୁବକ ‌ସୌରଭ ଖାଁ ଏବଂ ତାଙ୍କ ବନ୍ଧୁଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରେ ନଅ ଦିନ ରହିବା ପରେ ସୌରଭ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ବନ୍ଧୁଙ୍କ ଅବସ୍ଥା ଗୁରୁତର ରହିଛି। ସୌରଭ ଏବଂ ତାଙ୍କ ସାଙ୍ଗ ତାଙ୍କ ମା’ଙ୍କ ସ୍କୁଟି ନେଇ ବାହାରକୁ ଯାଇ ଘରକୁ ଫେରୁଥିଲେ। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଏକ ନିର୍ମାଣାଧୀନ ସାଇଟ୍‌ ନିକଟରେ ପାର୍କିଂ ହୋଇଥିବା କାରରୁ ଚୋରି ଅଭିଯୋଗ ଆସିଥିଲା। ସେହି ସମୟରେ ୨ ବନ୍ଧୁଙ୍କୁ ଦେଖି ଲୋକେ ସେମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ବୋଲି ସେମାନଙ୍କ ପରିବାରବର୍ଗ କହିଛନ୍ତି। ସୂଚନା ପାଇବା ପରେ ପୁଲିସ ଏଥିରେ ହସ୍ତକ୍ଷେପ କରି ଆହତ ଯୁବକମାନଙ୍କୁ ଉଦ୍ଧାର କରିଥିଲା ​​ଏବଂ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସା ସମୟରେ ସୌରଭଙ୍କର ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking