25.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶ୬ଜି ଆସିବା ପରେ ବଦଳିଯିବ ଦୁନିଆ

୬ଜି ଆସିବା ପରେ ବଦଳିଯିବ ଦୁନିଆ

ନୂଆଦିଲ୍ଲ: ଭାରତରେ ଚଳିତ ବର୍ଷ ଶେଷ ସୁଦ୍ଧା ୫ଜି ନେଟଓ୍ବର୍କ ଲଞ୍ଚ ହୋଇପାରେ। ୫ଜି ଆସିବା ପୂର୍ବରୁ ୬ଜି ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିକଟରେ ୬ଜିକୁ ନେଇ ନୋକିଆ ସିଇଓ ପେକା ଲୁଣ୍ଡବର୍ଗ ଖୁବ୍ ବଡ ଧରଣର ଭବିଷ୍ୟବାଣୀ କରିଛନ୍ତି। ଲୁଣ୍ଡବର୍ଗଙ୍କ କହିବା ଅନୁସାରେ, ୨୦୩୦ ପର୍ଯ୍ୟନ୍ତ ୬ଜି କମର୍ସିଆଲ ବଜାରରେ ଲଞ୍ଚ ହୋଇଯିବ। ସେ କେବଳ ୬ଜି ନୁହେଁ, ବଂର ସ୍ମାର୍ଟଫୋନ୍‌ର ଭବିଷ୍ୟକୁ ନେଇ ବଡ ଘୋଷଣା କରିଛନ୍ତି। ତାଙ୍କ ମତରେ ୨୦୩୦ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌ ଅତି ଦରକାରୀ ରହିବନି। ତେବେ ସ୍ମାର୍ଟଫୋନ୍‌ର ଅସ୍ତିତ୍ବ ଶେଷ ହେବନି, ବଂର ଲୋକମାନେ ଏହାକୁ ଅନ୍ୟ କୌଣସି ବାଟରେ ବ୍ୟବହାର କରିବେ।

ଲୋକଙ୍କୁ ଚଷମା କିମ୍ବା ସ୍ମାର୍ଟଓ୍ବାଚ୍‌ରେ ସ୍ମାର୍ଟଫୋନ୍‌ର ସବୁ ଫିଚର୍ସ ମିଳିଯିବ। ଡାଭୋସରେ ହୋଇଥିବା ଓ୍ବାର୍ଲ୍ଡ ଇକୋନୋମିକ୍ ଫୋରମ୍‌ର ସିମ୍ମିଳନୀରେ ନୋକିଆର ସିଇଓ କହିଛନ୍ତି, ୬ଜି ଆସିବା ପର୍ଯ୍ୟନ୍ତ ଆମେ ଯେଉଁ ସ୍ମାର୍ଟଫୋନ୍ ବ୍ୟବହାର କରୁଛି, ତାହା ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଇଣ୍ଟରଫେସ୍‌ ରହିବନି। ଏଥିରେ ବହୁତ ଗୁଡିଏ ଜିନିଷ ଆମ ଦେହରୁ ସିଧାସଳଖ ଭାବରେ ମିଳିବ। ତେବେ ଏହା ସ୍ପଷ୍ଟ ହୋଇନି ସେ କେଉଁ ଟେକ୍ନୋଲୋଜି ବିଷୟରେ କହୁଥିଲେ, କିନ୍ତୁ ବହୁତ ଗୁଡିଏ କମ୍ପାନୀ ସାଇବର୍ଗ ଓ ବ୍ରେନ୍‌ କମ୍ପ୍ୟୁଟର ଭଳି ଟେକ୍ନୋଲୋଜି ଉପରେ କାମ କରୁଛନ୍ତି।

ଗତ କିଛି ସମୟ ହେବ ବହୁ କମ୍ପାନୀ ଏଭଳି ଫିଚର୍ସ ଉପରେ କାମ କରୁଛନ୍ତି। ଭବିଷ୍ୟତରେ ଚିପ୍ ଓ ଅନ୍ୟ ଟେକ୍ନୋଲୋଜିକୁ ବଡିରେ ଫିଟ୍‌ କରିହେବ। ଏପର୍ଯ୍ୟନ୍ତ ଏଭଳି ଆପଣମାନେ ହଲିଉଡ ଫିଲ୍ମରେ ଦେଖିଥିବେ, କିନ୍ତୁ ତାହା ସତ ହେବାକୁ ଯାଉଛି। ସାଇବର୍ଗ( Cyborg ) ଟର୍ମର ଜନ୍ମ ଏହି ଫ୍ୟୁଚର ଟେକ୍ନୋଲୋଜି ଆଡକୁ ଇଶାରା କରୁଛି। Cyborg ଅର୍ଥାତ Cybernetic Organism ର ବ୍ୟବହାର କୌଣସି ବ୍ୟକ୍ତିଙ୍କ କ୍ଷମତାକୁ ବଢାଇବା ପାଇଁ କରାଯିବ। ତାଙ୍କର ବଡି ପାର୍ଟକୁ କୌଣସି ମେସିନ୍‌ରେ ରିପ୍ଲେସ୍ କରିହେବ। ଯଦି ସବୁକିଛି ପ୍ଲାନିଂ ଅନୁସାରେ ଚାଲେ ତେବେ ୬ଜି ସିମ୍‌ କାର୍ଡ ଲୋକଙ୍କ ଦେହରେ ଇଣ୍ଟିଗ୍ରେଟ୍‌ କରି ଦିଆଯିବ। ୨୦୩୦ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌ ଶେଷ ହେବନି, କିନ୍ତୁ ବ୍ୟବହାର କରିବାର ପ୍ରଣାଳୀ ବଦଳି ଯାଇଥିବ। ଏଲନ୍ ମସ୍କଙ୍କର Neuralink ଏଭଳି ଏକ କମ୍ପାନୀ, ଯାହାକି ବ୍ରେନ୍ କମ୍ପ୍ୟୁଟର ଭଳି ଫ୍ୟୁଚର ଟେକ୍ନୋଲୋଜି ଉପରେ କାମ କରୁଛି। ନିକଟରେ ଏହାର ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ଗତ ବର୍ଷ ଏପ୍ରିଲରେ ମସ୍କ ଭିଡିଓ ରିଲିଜ୍‌ କରି ଏହାର ଡେମୋ ଦେଖାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking