28.9 C
Bhubaneswar
Thursday, April 9, 2026
Homeଓଡିଶାବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଶ୍ରମିକଙ୍କ ଜୀବନ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଶ୍ରମିକଙ୍କ ଜୀବନ

ବଲାଙ୍ଗୀର : ୧୧କେଭି ତାର ଲାଗି ଶ୍ରମିକଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ସହରର ସର୍ବପୁରାତନ ମହରାଣୀ ସାଗରରେ ଘଟିଛି । ମାଟି ମାପିବା କାମ କରୁଥିବା ବେଳେ ଲାଗିଯାଇଥିଲା ୧୧କେଭି ତାର। ଫଳରେ ଚାଲିଯାଇଥିଲା ଶ୍ରମିକଙ୍କ ଜୀବନ । ମୃତ ଶ୍ରମିକ ହେଲେ ବଲାଙ୍ଗୀର ବାବା ମଠ କାମାକ୍ଷା ନଗରର ରାଜା। ସୂଚନା ଅନୁଯାୟୀ, ଆଜି ମହରାଣୀ ସାଗରରେ ପୋଖରୀ ଖୋଳା କାମ ବନ୍ଦ ଥିବା ବେଳେ ଶ୍ରମିକ ରାଜାଙ୍କୁ ମାଟି ମାପିବା ପାଇଁ ପୋଖରୀ ଭିତରକୁ ପଠାଯାଇଥିଲା। ଆଲମିନିୟମ ପାଇପରେ ମାଟି ମାପି ବାହାରକୁ ବାହାରିଲା ବେଳେ ସେଠାରେ ଥିବା ୧୧କେଭି ତାର ତାଙ୍କ ଦେହରେ ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ଆଜି କାମ ବନ୍ଦ ଥିବା ନେଇ ଠିକାଦାର କହିଛନ୍ତି। ତାହେଲେ କିଭଳି ଏବଂ କାହା ଅନୁମତିରେ ଏହି କାମ ଚାଲିଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking