32.1 C
Bhubaneswar
Saturday, June 22, 2024
Homeଓଡିଶାମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

ରାୟଗଡା: ଗୁଣୁପୁର ଥାନା ଅନ୍ତର୍ଗତ ବାୟାଗୁଡା ଗ୍ରାମରେ ଚାଞ୍ଚଲ୍ୟ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ମହିଳାଙ୍କ ମୃତଦେହ । ମୃତ ମହିଳା ଜଣକ ହେଲେ ଗୁଣୁପୁର ସହରର ସନ୍ତୋଷୀ ବାଉରୀ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ମୃତ୍ୟୁରେ କାରଣ ସ୍ପଷ୍ଟ ନଥିବାବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗୁଣୁପୁର ଥାନା ଅନ୍ତର୍ଗତ ବାୟାଗୁଡା ଗ୍ରାମର ଏକ ଘରୁ ଜଣେ ମହିଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ମୃତ ମହିଳା ସନ୍ତୋଷୀ ବାଉରୀ ବାୟାଗୁଡା ଗ୍ରାମର ସୁରେନ୍ଦ୍ର ଶବରଙ୍କୁ ବିବାହ କରିଥିଲେ । ଉଭୟ ପ୍ରେମ କରି ବିବାହ କରିଥିବାବେଳେ ଝିଅ ଘର ତରଫରୁ ଯୌତୁକ ଇତ୍ୟାଦି ପ୍ରଦାନ କରାଯାଇଥିଲା । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା ବୋଲି ଝିଅ ଘର ପକ୍ଷରୁ ଅଭିଯୋଗ କରିଛନ୍ତି । ସୁରେନ୍ଦ୍ର ଅନ୍ୟ ଝିଅ ସହ ସମ୍ପର୍କ ରଖିଥିବା ଓ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ମୃତ ମହିଳାଙ୍କ ମାଆ ଅଭିଯୋଗ ଆଣିଛନ୍ତି ।

ତେବେ ସୁରେନ୍ଦ୍ର ସନ୍ତୋଷୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ଗୁଣୁପୁର ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ସମେତ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ପୋଲିସ କହିଛି ଯେ, ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking