[4:04 pm, 30/01/2022] 😍: ନୂଆଦିଲ୍ଲୀ: ପ୍ରତିଶୋଧ ପରାୟଣ ହେଲା ପରିବାର । ପୁଅର ମୃତ୍ୟୁ ପାଇଁ ମହିଳାଙ୍କୁ ଦାୟୀ କରି ଦେଲେ ଅକଥନୀୟ ନିର୍ଯ୍ୟାତନା । ଅପହରଣ, ଗଣଦୁଷ୍କର୍ମ ଏବଂ ଶେଷରେ ସର୍ବ ସମ୍ମୁଖରେ ଘଟାଇଲେ ଜଘନ୍ୟ କାଣ୍ଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ବିବାହିତା ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବା ସହ ଗୋଟିଏ ପରିବାରର ମହିଳାମାନେ ତାଙ୍କୁ ଲଣ୍ଡା କରି, ମୁହଁ କଳା କରି ଏମିତିକି ଚପଲ ମାଳ ବୁଲାଇ ରାସ୍ତାରେ ବୁଲାଇଛନ୍ତି ।
ମହିଳାଙ୍କ ଭଉଣୀଙ୍କ କହିବା ଅନୁଯାୟୀ ପୀଡ଼ିତାଙ୍କୁ ତାଙ୍କ ପଡ଼ୋଶୀ ଯୁବକ ଭଲ ପାଉଥିଲେ ଉକ୍ତ ଯୁବକ ଜଣକ ୨୦୧୯ ରେ ଆତ୍ମହତ୍ୟା କରିଥିଲେ ଯେଉଁଥିପାଇଁ ଯୁବକଙ୍କ ପରିବାର ଲୋକ ମହିଳାଙ୍କୁ ଦୋଷୀ ବୋଲି କହୁଥିଲେ । ଆଉ ପ୍ରତିଶୋଧ ପରାୟଣ ହୋଇ ବୁଧବାର ଏଭଳି କାଣ୍ଡ ଭିଆଇଥିଲେ ।
ସେପଟେ ଘର ମାଲିକଙ୍କ ଠାରୁ ସୂଚନା ପାଇଁ ମହିଳାଙ୍କ ସ୍ୱାମୀ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା । ପୋଲିସର କହିବା ଅନୁଯାୟୀ ସୋମନେ ଘଟଣା ସମ୍ବନ୍ଧରେ ସୂଚନା ପାଇବା ମାତ୍ରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ୨୦ ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ପୋଲିସ୍ ଏହି ଘଟଣାରେ ବିଭିନ୍ନ ଧାରାରେ ଗ୍ୟାଙ୍ଗ ରେପ୍, ଶାରୀରୀକ ନିର୍ଯ୍ୟାତନା, ଯୌନ ନିର୍ଯ୍ୟାତନା ତଥା ଅପରାଧିକ ଷଡ଼ଯନ୍ତ୍ର ସମେତ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । କସ୍ତୁରବା ନଗରରେ ମହିଳାଙ୍କୁ ଅପହରଣ, ଗ୍ୟାଙ୍ଗ ରେପ୍ ଏବଂ ପରେ ଲଣ୍ଡା କରି ରାସ୍ତାରେ ବୁଲାଇବା ଘଟଣାରେ ପୋଲିସ ଶୁକ୍ରବାର ୯ ମହିଳାଙ୍କୁ ମିଶାଇ ୧୧ ଜଣକୁ ଗିରଫ କରିଛି ପୋଲିସ୍ ।