ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ କୁମ୍ବୀର ଗଡିଆ ଗ୍ରାମରେ ସ୍ୱାମୀ ସ୍ତ୍ରୀ କଳହ ଉଗ୍ର ରୂପ ଧାରଣ କଲା, ପରିଶେଷରେ ସ୍ତ୍ରୀ ସ୍ୱାମୀ କୁ ଗୁଣ୍ଡା ଲଗାଇ ମାରାତ୍ମକ ଆକ୍ରମଣ କରି ପୂର୍ବ ଯୋଜନା ଅନୁଯାଇ ଘରେ ରଖି ଥିବା ଏସିଡ ଆଣି ସ୍ୱାମୀ ର ହାତରେ ଢ଼ାଳିଲା । ସ୍ୱାମୀ ର ହାତ ଟି ଜଳି ଯାଇଛି । ଦୁଇ ଦିନ ଧରି କଲ ବଲ ହୋଇ ଯନ୍ତ୍ରଣା ରେ ଛଟ ପଟ ହୋଇ ପଡ଼ି ରହି ଥିଲେ ମଧ୍ୟ ସ୍ତ୍ରୀ ର ନିଷ୍ଠୁର ତା ସମ୍ପର୍କ ରେ ଚର୍ଚ୍ଚା ହେଉଛି । ଖବର ପାଇ ସ୍ୱାମୀ ର ଭଉଣୀ ଭାଇ କୁ ଉଦ୍ଧାର କରି ଦାନଗଦି ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରି ଥିଲେ ସେଠାରେ ଅବସ୍ଥା ସଂଗୀନ ହେବାରୁ କଟକ ବଡ଼ ମେଡିକାଲ କୁ ସ୍ତାନାନ୍ତରିତ କରାଯାଇଛି । ଏ ସମ୍ପର୍କ ରେ ଦାନଗଦି ପୋଲିସ ଫାଣ୍ଡି ରେ ଅଭିଯୋଗ ହୋଇଛି । ସୂଚନା ଅନୁଯାଇ ନଦିଆଭଙ୍ଗା ଗ୍ରାମର ମଳୟ ଜେନା କୁମ୍ଭୀର ଗାଡ଼ିଆ ଗ୍ରାମର ର ନିର୍ଝରିଣୀ ଜେନା କୁ ବିବାହ କରି ୧୫ବର୍ଷ ହେଲା ଘର ଜୋଇଁ ଭାବରେ ରହି ଆସୁଥିଲା । ସେ ସାଇବର କମ୍ପାନୀ ରେ କାର୍ୟ୍ୟ କରୁ ଥିଲା । ସେମାନଙ୍କ ର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ସ୍ତ୍ରୀ ଚରିତ୍ର କୁ ନେଇ ସନ୍ଦେହ କରୁ ଥିଲା ସେଥିପାଇଁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ରେ ଗଣ୍ଡଗୋଳ ହୋଇ ଆସୁ ଥିଲା । ଶନିବାର ଦିନ ସ୍ୱମୀ ସ୍ତ୍ରୀ ର ଗଣ୍ଡ ଗୋଳ ଉଗ୍ର ରୂପ ନେଇ ଥିଲା ସ୍ୱାମୀ କୁ ସବୁ ଦିନ ପାଇଁ ହଟାଇ ଦେବା ପାଇଁ ଏ ଭଳି କାଣ୍ଡ ଭିଆଇ ଥିଲା । ଫାଣ୍ଡି ରେ ଅଭିଯୋଗ ହେଲା ପରେ ପୋଲିସ ତଦନ୍ତ କରୁଛି ।