34.1 C
Bhubaneswar
Thursday, June 20, 2024
Homeଓଡିଶାପାଣି ପାଇଁ ଗେଟରେ ତାଲା ପକାଇଲେ ମହିଳା

ପାଣି ପାଇଁ ଗେଟରେ ତାଲା ପକାଇଲେ ମହିଳା

ମୟୂରଭଞ୍ଜ : ଆରମ୍ଭ ହେଲା ଆଷାଢ଼ ମାସ କିନ୍ତୁ କମୁନି ଉତ୍ତାପ। ଆଜିବି ଜାରୀ ରହିଛି ଗ୍ରୀଷ୍ମପ୍ରବାହ। ଲାଗି ରହିଛି ଅସହ୍ୟ ଗୁଳୁଗୁଳି। ପ୍ରଭାବରେ ସୃଷ୍ଟି କରୁଛି ଜଳ ସମସ୍ୟା । ଜଳ କଷ୍ଟ ନାହିଁନଥିବା ଅସୁବିଧାରେ ପକାଉଥିବା ବେଳେ ମହିଳା ମାନେ ପାନୀୟଜଳ ସଂଗ୍ରହ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରତିବାଦରେ ପାଣି ପାଇଁ ପମ୍ପ ହାଉସରେ ତାଲା ପକାଇଲେ ଉତ୍ତ୍ୟକ୍ତ ମହିଳା। ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ କୋହି ପଞ୍ଚାୟତର ହାଣ୍ଡିଭଙ୍ଗା ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ କୋହି ପଞ୍ଚାୟତର ହାଣ୍ଡିଭଙ୍ଗା ଗ୍ରାମଟି ଭାରତ ସରକାରଙ୍କ ଦ୍ଵାରା ଆଦର୍ଶ ଗ୍ରାମ ଭାବରେ ଅନୁମୋଦିତ ହୋଇଥିବା ବେଳେ ଗୋଟେ ରେଭିନ୍ୟୁ ଗ୍ରାମ ମଧ୍ୟ। ଉକ୍ତ ଗ୍ରାମରେ 160ପରିବାରରେ ପାଖାପାଖି 700 ଲୋକେ ବସବାସ କରୁଥିଲେ ମଧ୍ୟ ଗ୍ରାମରେ ଆଜି ପର୍ଯ୍ୟନ୍ତ ଗୋଟେ ବସୁଧା ଯୋଜନାରେ ପାଣିଟାଙ୍କି ଟିଏ ହୋଇପାରିନି। ଅନ୍ୟ ଗ୍ରାମ ପାଣି ଟାଙ୍କି ଉପରେ ନିର୍ଭର କରନ୍ତି ହାଣ୍ଡିଭଙ୍ଗା ଗ୍ରାମର ଲୋକେ। ତେବେ ପମ୍ପ ଓପରେଟରଙ୍କ ମନମୁଖୀ କାର୍ଯ୍ୟ ସାଙ୍ଗକୁ ବୈମାତୃକ ମନଭାବ ପାଇଁ ଗ୍ରାମର ଲୋକେ ପାଣି ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି ବୋଲି ଅଭିଯୋଗ ହେଉଛି। ପାଣି ପାଇଁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଜଳ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବା ବଦଳରେ ପ୍ରଶାସନ ସାଜିଛି ନିଦା ବିଷ୍ଣୁ । ଯାହାକୁ କେନ୍ଦ୍ର କରି ଆଜି ସକାଳୁ ଗ୍ରାମର ମହିଳାମାନେ ପମ୍ପ ହାଉସ ରେ ତାଲା ପକାଇବା ସହିତ ନିଜ ଗ୍ରାମରେ ଏକ ସତନ୍ତ୍ର ପାଣିଟାଙ୍କି ନିର୍ମାଣପାଇଁ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି ଏବଂ ଯେ ପର୍ଯ୍ୟନ୍ତ ଗ୍ରାମରେ ଟାଙ୍କି ହୋଇନି ସେ ପର୍ଯ୍ୟନ୍ତ ହାଣ୍ଡିଭଙ୍ଗା ଗ୍ରାମକୁ ଯାଇଥିବା ପାଇପ ଲାଇନ କୁ ବନ୍ଦ କରିଥିବା ଦେଖିବାକୁ ମିଳିଛି। ତେବେ ଦେଖିବାକୁ ବାକି ରହିଲା ହାଣ୍ଡିଭାଙ୍ଗା ଗ୍ରାମର ପାନୀୟଜଳ ସମସ୍ୟାର ସମାଧାନ କେବେ ହଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking