32.1 C
Bhubaneswar
Friday, October 18, 2024
Homeଅପରାଧମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କ  ସହିତ ଏପରି କଲେ ...

ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କ  ସହିତ ଏପରି କଲେ …

ଦିଲ୍ଲୀ : ଦିଲ୍ଲୀ ର ବେଗମପୁର ଅଞ୍ଚଳରେ ଜଣେ ଯୁବକଙ୍କ ଗୁଳି ବିନିମୟରେ ମୃତକଙ୍କ ପତ୍ନୀ ଏବଂ ତାଙ୍କ ପ୍ରେମିକ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି ।ପୋଲିସର ସୂଚନାନୁସାରେ ,ମୃତକଙ୍କ ପତ୍ନୀ ଗତ ୮ ବର୍ଷ ଧରି ଜଣେ ଯୁବକଙ୍କ ସହ ଅନୈତିକ ସର୍ମ୍ପକ ରଖିଥିଲେ ଏବଂ ଏହି କାରଣରୁ ମହିଳା ଜଣକ ତାଙ୍କ ପ୍ରେମିକ ଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଏହି ମହିଳା ଙ୍କ ପ୍ରେମୀ ଗୌରବ ତାଙ୍କର କିଛି ବନ୍ଧୁଙ୍କୁ ଏହି ହତ୍ୟା କରିବା ପାଇଁ ପ୍ରସ୍ତୁତ କରିଥିଲେ , ଯେଉଁଥିପାଇଁ ତାଙ୍କୁ ୪ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ସୋମବାର ସକାଳ ପ୍ରାୟ ୬.୩୦ ରେ ବେଗମପୁର ପୋଲିସ ଷ୍ଟେସନ ଅଞ୍ଚଳର ରାସ୍ତାରେ ଜଣେ ବ୍ୟକ୍ତି ରକ୍ତ ଜୁଡୁବୁଡୁୁ ହୋଇପଡିଥିବାର ସୂଚନାପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଆହାତ ଯୁବକ ଦୁଗ୍ଧ ବ୍ୟବସାୟୀ ପ୍ରଦୀପ ବୋଲି ଜଣା ପଡିଥିଲା । ଏହାପରେ ପ୍ରଦୀପଙ୍କୁ  ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣାକରିଥିଲେ ।
ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଟିମ୍ ଗୌରବଙ୍କୁ ଖୋଜିବା ଆରମ୍ଭକରି ଗ୍ରେଟର ନୋଏଡା ଅଞ୍ଚଳରେ ତାଙ୍କୁ ଠାବ କରିଥିଲା । ଯେତେବେଳେ ପୋଲିସ ତାଙ୍କୁ ପଚରା ଉଚରା କରିଥିଲା ,ସେତେବେଳେ ସେ ନିଜ ଅପରାଧ ସ୍ୱୀକାର କରିବା ସହ ,ସେ ଏବଂ ତାଙ୍କ ସାଙ୍ଗମାନେ ମିଶି ଏହି ହତ୍ୟାକାଣ୍ଡ ର ଯୋଜନା କରିଥିବାର ପୋଲିସ କୁ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking