ପଶ୍ଚିମବଙ୍ଗ: ବର୍ତ୍ତମାନ ସମାଜରେ ଉଭୟ ପୁରୁଷ ଓ ନାରୀ ନିଜ ନିଜ ଦକ୍ଷତା ବଳରେ ଉନ୍ନତି ପଥର ପଥିକ । ନାରୀ ଆଉ ପଛୁଆ ନୁହେଁ । ପ୍ରତ୍ୟେକଟି କ୍ଷେତ୍ରରେ ନିଜର ଦକ୍ଷତାକୁ ସେ ପ୍ରଦର୍ଶନ କରିବାରେ ସଫଳ ହୋଇଛି । ସରକାରୀ ଚାକିରୀ ହେଉ କିମ୍ବା ବେସରକାରୀ ଚାକିରୀ ଉଭୟ କ୍ଷେତ୍ରରେ ସଫଳ ଆଜିର ନାରୀ । ନାରୀ ଦୁଇ କୂଳକୁ ହିତା ଦୁହିତା । ଜୀବନର ଚଳା ପଥରେ ନିଜ ସ୍ୱାମୀଙ୍କୁ ସେ ଖୁବ୍ ଗୁତୁତ୍ୱ ଦେଇଥାଏ । ତେବେ ଏପରି ଏକ ଘଟଣା ଘଟିଛି ଯାହା ଆପଣ ସମସ୍ତଙ୍କୁ ସ୍ତବ୍ଧ କରିଦେବ । ଦାମ୍ପତ ଜୀବନରେ ଅନେକ ବିବାଦ ବର୍ତ୍ତମାନ ସାମ୍ନାରେ ଆସୁଛି । ତେବେ ରେନୁ ଖାଟୁନ ଓ ସ୍ୱାମୀ ଶେର ମହମ୍ମଦ ଶେଖଙ୍କ ଦାମ୍ପତ ବିବାଦ ଚାକିରୀକୁ ନେଇ ସୃଷ୍ଟି ହୋଇଛି । ରେନୁ ଖାଟୁନ ନାମଙ୍କ ଜଣେ ମହିଳା କିଛି ଦିନ ପୂର୍ବରୁ ଏକ ସରକାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ଖୁସି ଖବର ସର୍ବ ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ଜଣାଯାଇଥିଲେ । ଆପଣ ଭାବୁ ଥିବେ ଏହା ତ ଖୁବ୍ ସାଧାରଣ କଥା । ତେବେ ସ୍ୱାମୀ ସ୍ତ୍ରୀ ରେନୁ ଖାଟୁନଙ୍କ ଚାକିରୀ ପାଇଁବା କଥାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ।
ସ୍ତ୍ରୀ କେବେ ସପ୍ନରେ କଳ୍ପନା କରିନଥିଲେ ଯେ ସ୍ୱାମୀ ତାଙ୍କ ଚାକିରୀ ପାଇବା ଖବର ଶୁଣି ଏହି ପରି ବ୍ୟବହାର କରିବେ । ରେନୁ ଖାଟୁନ ଶୋଇଥିବାବେଳେ ସ୍ୱାମୀ ଶେର ମହମ୍ମଦ ଶେଖ ତାଙ୍କ ଡାହାଣ ହାତ ଗୋଡକୁ ସ୍ୱାମୀ କାଟି ଦେଇଛନ୍ତି । ସେ ଏହି ପରି କରିବାର ଉଦ୍ଦେଶ୍ୟ ସ୍ତ୍ରୀ ଯେମିତି ଚାକିରୀ କରିପାରିବେ ନାହିଁ । ଏପରିକି ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ବି ଡାକ୍ତର ଯେପରି କଟା ହାତ ଯୋଡି ନପାରିବେ ସେଥିପାଇଁ ତାକୁ ଲୁଚାଇ ରଖିଥିଲେ । ପରେ ସେ ଓ ତାଙ୍କ ପରିବାର ଲୋକ ଫେରାର ହୋଇଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ରେଣୁ ନର୍ସିଙ୍ଗ ଟ୍ରେନିଙ୍ଗ ପରେ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ନିକଟରେ ତାଙ୍କୁ ସରକାରୀ ଚାକିରି ମିଳିବାରୁ ସ୍ୱାମୀ ଏହାକୁ ବାରଣ କରିଥିଲେ । ଶେର୍ ମହମ୍ମଦ ନିଜେ ବେରୋଜଗାର ଥିବାରୁ ସ୍ତ୍ରୀ କାଳେ ଚାକିରି କଲେ ତାଙ୍କୁ ଛାଡି ଚାଲିଯିବ ଆଶଙ୍କା କରୁଥିଲେ । ତେଣୁ ସରକାରୀ ଚାକିରିରେ ଯୋଗ ନେବାକୁ ସେ ବାରମ୍ବାର ତାଗିଦ୍ କରୁଥିଲେ । ଶେଷରେ ରାଗିଯାଇ ହାତ କାଟିଦେଇଥିଲେ