40.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱରଆଜି ଦୁବାଇ ଯିବେ ନବୀନ

ଆଜି ଦୁବାଇ ଯିବେ ନବୀନ

ଭୁବନେଶ୍ୱର: ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦୁବାଇ ଯିବେ ନବୀନ । ପୁଞ୍ଜିନିବେଶ ନେଇ ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ କରିବେ ଆଲୋଚନା । ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଇଟାଲୀର ରୋମ ଗସ୍ତ ଶେଷ ହେବ । ରୋମ ପରେ ସେ ଆଜି ଦୁବାଇ ଅଭିମୁଖେ ଯାତ୍ରା କରିବେ ।ମୁଖ୍ୟମନ୍ତ୍ରୀ ଦୁବାଇରେ ପହଂଚିବା ପରେ ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ । ତେଣୁ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଲଗାଯାଇଛି । ଦୁବାଇର ସେଖ୍ ଜାଏଦ ରୋଡରେ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଲଗାଯାଇଥିବା ଦେଖିବାକୁ ମିଳିଛି । ଦୁବାଇରେ ଓଡ଼ିଶା ଇନଭେଷ୍ଟର ମିଟ୍ ପାଇଁ ପ୍ରସ୍ତୁତି ଜୋରସୋରରେ । ଏହି ଇନଭେଷ୍ଟରର୍ସ ମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ବଡ଼ ବଡ଼ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking