35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶଭାଇରାଲ ହେଲା ବିବାହର ଉପହାର

ଭାଇରାଲ ହେଲା ବିବାହର ଉପହାର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ନୋଏଡାଠରେ ଏକ ବିବାହ ଉତ୍ସବ ଚାଲିଥିଲା । ଉଭୟ ବର ଓ କନ୍ୟା ପକ୍ଷର ଉପହାରକୁ ନେଇ ବାର୍ତ୍ତାଳପ ଚାଲିଥିବା ବେଳେ ଏହାର ଏକ ଭିଡିଓ ବହୁମାତ୍ରାରେ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ଉପହାର ଘୋଷଣା କରୁଥିବା ଶୁଣିବାକୁ ମିଳିଛି । ବ୍ୟକ୍ତି କାଗଜ ଧରି ଗିଫ୍ଟ ତାଲିକା ପଢୁଛନ୍ତି। ସେ କହୁଛନ୍ତି, ଗୋଟିଏ ଡାଇନିଂ ଟେବୁଲ୍, ଦୁଇଟି ଗାଡ଼ି, ଗୋଟିଏ ମର୍ସିଡିଜ୍ ବେଞ୍ଜ୍, ଏକ ଫର୍ଚୁନର୍, ସବୁ ମିଶିକି 1.25 କିଲୋଗ୍ରାମ ସୁନା ଏବଂ 7 କିଲୋଗ୍ରାମ ରୁପା ରହିଛି। ଏପରି ଗିଫ୍ଟ ବାବଦରେ ଶୁଣିବା ପରେ ସେଠାରେ ଉପସ୍ଥିତ ଲୋକେ ଖୁବ୍ ଜୋରରେ ତାଳି ମାରି ହସିଥିଲେ। ସେଠାରେ ଥିବା ଜଣେ ବ୍ୟକ୍ତି ଏହା ବିବାହ ନୁହେଁ ବରଂ ଏକ ବ୍ୟବସାୟ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking