22.1 C
Bhubaneswar
Tuesday, December 17, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧ୩ୟ ବିଶ୍ୱଯୁଦ୍ଧର ବିଗୁଲ ବାଜିଛି : ରୁଷ୍ ସରକାରୀ ଟିଭି ଚ୍ୟାନେଲର ଦାବି

୩ୟ ବିଶ୍ୱଯୁଦ୍ଧର ବିଗୁଲ ବାଜିଛି : ରୁଷ୍ ସରକାରୀ ଟିଭି ଚ୍ୟାନେଲର ଦାବି

ମସ୍କୋ : ୟୁକ୍ରେନ୍ ସେନାର କ୍ଷେପଣାସ୍ତ୍ର ମାଡରେ ଗୁରୁବାର ରୁଷ୍‌ର ଅନ୍ୟତମ ବୃହତ୍ତମ ଯୁଦ୍ଧଜାହାଜ ‘ମସ୍କ୍‌ଭା’ କୃଷ୍ଣସାଗରରେ ବୁଡିଯାଇଛି। ଏହାକୁ ନେଇ ରୁଷ୍ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମସ୍କ୍‌ଭା ଧ୍ୱଂସ ପାଇବାପରେ ତୃତୀୟ ବିଶ୍ୱଯୁଦ୍ଧର ବିଗୁଲ ବାଜିଛି ବୋଲି ରୁଷ୍‌ର ଏକ ସରକାରୀ ଟିଭି ଚ୍ୟାନେଲ ‘ରୁଷିଆ ୱାନ୍‌’ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ୟୁକ୍ରେନ୍ ଯେଭଳି ଭାବେ ପ୍ରତିଆକ୍ରମଣ ଚଳାଇଛି, ସେଥିରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ସଙ୍କେତ ମିଳୁଛି ବୋଲି ଟିଭି ଉପସ୍ଥାପକ ଓଲ୍‌ଗା ସ୍କାବେୟାଭା କହିଛନ୍ତି । ମସ୍କ୍‌ଭା ଜାହାଜକୁ ଧ୍ୱଂସ କରାଯାଇଥିବା ଘଟଣାରେ ନାଟୋ ଯଦିଓ ପ୍ରତ୍ୟକ୍ଷଭାବେ ସଂପୃକ୍ତ ନାହିଁ, ତଥାପି ନାଟୋ ବଳରେ ବଳିୟାନ୍ ହେଉଥିବା ୟୁକ୍ରେନ୍ ଏଭଳି ଦୁଃସାହସ କରିପାରିଲା ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଯୋଗ୍ୟ ଗୁରୁବାର ୟୁକ୍ରେନ୍ ସେନା ପକ୍ଷରୁ ‘ନେପ୍‌ଚ୍ୟୁନ୍‌’ କ୍ଷେପଣାସ୍ତ୍ର ମାଡ କରାଯିବାରୁ ମସ୍କ୍‌ଭା ଜାହାଜରେ ପ୍ରଥମେ ନିଆଁ ଲାଗିବା ସହ ପରବର୍ତ୍ତୀ ସମୟରେ ଏହା କୃଷ୍ଣସାଗରରେ ବୁଡିଯାଇଥିଲା । ବର୍ତ୍ତମାନ ଏହି ଚ୍ୟାନେଲର ସମ୍ବାଦ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ୫୧ ଦିନରେ ପହଞ୍ଚିଥିବାବେଳେ ରୁଷ୍‌ର ୫୦୦ ଟ୍ୟାଙ୍କ୍‌, ୨୦୦୦ ସାଞ୍ଜୁଆ ଯାନ, ୮୨ ଯୁଦ୍ଧବିମାନ ଧ୍ୱଂସ କରାଯାଇଥିବାବେଳେ ୧୮ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ନିପାତ କରାଯାଇଛି ବୋଲି ୟୁକ୍ରେନ୍ ଦାବି କରିଛି । ଅପରପକ୍ଷରେ ଶୁକ୍ରବାର ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧବନ୍ଦୀ ବିନିମୟ କରାଯାଇଛି । ପୋସାଦ୍‌-ପୋକ୍ରୋଭ୍‌ସ୍କୋୟେ ଅଞ୍ଚଳରେ ଏଭଳି ଯୁଦ୍ଧବନ୍ଦୀ ବିନିମୟ ଘଟଣା ଘଟିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking