26.1 C
Bhubaneswar
Tuesday, September 17, 2024
Homeଓଡିଶାଅଟୋ ଉପରେ ଚଢ଼ିଗଲା ଟ୍ରକ୍; ଜଣେ ମୃତ,୩ ଗୁରୁତର

ଅଟୋ ଉପରେ ଚଢ଼ିଗଲା ଟ୍ରକ୍; ଜଣେ ମୃତ,୩ ଗୁରୁତର

ଗଞ୍ଜାମ : ଅଟୋ ଉପରେ ଚଢ଼ିଗଲା ଟ୍ରକ୍। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଆସିକା ମୁଖ୍ୟ ରାସ୍ତାର ରାଜପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଇଟାଭାଟି ଶ୍ରମିକ ବୋଲି ଜଣାଯାଇଛି। ଆହତମାନେ ହେଲେ ରାମନାଥ ବରଜା ଓ କୁନି ବରଜା ଓ ଫୁଲମତି ବରଜା।

ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଅଟୋଟି ଇଟା ଭାଟି ଶ୍ରମିକଙ୍କୁ ନେଇ ଦିଗପହଣ୍ଡିରୁ ପାଟପୁର ଅଭିମୁଖେ ଯାଉଥିଲା। ରାଜପୁର ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକଟି ଅଟୋ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking