27.1 C
Bhubaneswar
Wednesday, June 26, 2024
Homeବଲିଉଡରିଲିଜ ହେଲା ‘କଳ୍କୀ ୨୮୯୮ ଏଡି’ ଫିଲ୍ମର ଟ୍ରେଲର

ରିଲିଜ ହେଲା ‘କଳ୍କୀ ୨୮୯୮ ଏଡି’ ଫିଲ୍ମର ଟ୍ରେଲର

ମୁମ୍ବଇ : ‘କଳ୍କୀ ୨୮୯୮ ଏଡି’ ର ଗୋଟିଏ ପରେ ଗୋଟିଏ ଟ୍ରେଲର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ଉତ୍କଣ୍ଠା ବଢିବାକୁ ଲାଗିଛି। ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବହୁ ପ୍ରତୀକ୍ଷିତ ଆଗାମୀ ଚଳଚ୍ଚିତ୍ର ‘କଳ୍କୀ ୨୮୯୮ ଏଡି’ ପାଇଁ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛନ୍ତି। କେବଳ ଏତିକି ନୁହେଁ, ପ୍ରଶଂସକମାନେ ମଧ୍ୟ ଦୀର୍ଘ ସମୟ ଧରି ଫିଲ୍ମର ଟ୍ରେଲରକୁ ଅପେକ୍ଷା କରି ରହିଛନ୍ତି। ଯାହାକି ଏବେ ଶେଷ ହୋଇଛି। ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ପ୍ରଭାସ, ଦୀପିକାଙ୍କ ବ୍ୟତୀତ ଦିଶା ପାଟାନି, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଭଳି ଅଭିନେତା ନଜର ଆସିବେ। ପୌରାଣିକ କାହାଣୀ ଉପରେ ଆଧାରିତ ଏହା ଏକ ବିଜ୍ଞାନ କଳ୍ପନା ଚଳଚ୍ଚିତ୍ର, ଯାହା ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ୬୦୦ କୋଟି ଟଙ୍କାରେ ନିର୍ମିତ ଏହା ଏକ ମେଗା ବଜେଟ୍ ଫିଲ୍ମ ଅଟେ। ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବା ମାତ୍ରେ ଦର୍ଶକଙ୍କ ଉତ୍ସାହ ବଢିଛି। କେବଳ ଏତିକି ନୁହେଁ, ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଏବଂ ଆକ୍ସନ୍-ପ୍ୟାକ୍ ହୋଇଥିବା ଟ୍ରେଲର ଫିଲ୍ମ ପାଇଁ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ଟ୍ରେଲରକୁ ବହୁତ ପସନ୍ଦ କରାଯାଉଛି। ଟ୍ରେଲର ଅନୁଯାୟୀ, ଦର୍ଶକମାନେ ଫିଲ୍ମରୁ ଯାହା ଆଶା କରିଥିଲେ ତାହାଠାରୁ ଅଧିକ ପ୍ରମାଣିତ ହେବାକୁ ଯାଉଛି। ପ୍ରଭାସ ଫିଲ୍ମର ଦମଦାର୍ ଟ୍ରେଲରକୁ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଜୁନ୍ ୨୭, ୨୦୨୪ରେ ପ୍ରେକ୍ଷାଳୟରେ ଦେଖା ହେବ ବୋଲି ଲେଖିଛନ୍ତି। କିଛି ସମୟ ପୂର୍ବରୁ ରିଲିଜ୍ ହୋଇଥିବା ଏହି ଟ୍ରେଲରକୁ ବହୁ ସଂଖ୍ୟାରେ ଭ୍ୟୁ ମିଳିଛି। ଏଭଳି ପରିସ୍ଥିତିରେ ଫିଲ୍ମର ଟ୍ରେଲର ପ୍ରଶଂସକଙ୍କ ହୃଦୟ ଜିତିଛି ବୋଲି କହିବା ଭୁଲ ହେବ ନାହିଁ। ଏଥି ସହିତ, ରିଲିଜ୍ ହୋଇଥିବା ଟ୍ରେଲରରେ ଦର୍ଶାଯାଇଛି ଯେ ସମଗ୍ର ବିଶ୍ୱରୁ ସବୁକିଛି ଛଡ଼ାଇ ନିଆଯାଇଛି ଏବଂ ବର୍ତ୍ତମାନ ଏହି ଜଗତର ପ୍ରଥମ ସହର ହେଉଛି କାଶୀ।
ଚଳଚ୍ଚିତ୍ର ଅନୁଯାୟୀ, ଅଶ୍ୱତ୍ଥାମା ଚରିତ୍ରରେ ନଜର ଆସିଥିବା ଅମିତାଭ ବଚ୍ଚନଙ୍କ କାନ୍ଧରେ ଦୁନିଆକୁ ରକ୍ଷା କରିବାର ଦାୟିତ୍ୱ ଓ ଦୀପିକାଙ୍କ ଗର୍ଭରୁ ଜନ୍ମ ନେବାକୁ ଯାଉଛନ୍ତି ଭଗବାନ। ଟ୍ରେଲର ଦେଖିବା ପରେ ଅନୁମାନ କରାଯାଉଛି ଚଳଚ୍ଚିତ୍ରର କାହାଣୀ ୨ଟି ଯୁଗର। ଯେଉଁଥିରେ ପୁରାଣ ଓ ବିଜ୍ଞାନର ମିଶ୍ରଣ ଦେଖିବାକୁ ମିଳିବ। ତେଣୁ ଏହି ଫିଲ୍ମର ନାମ କଳ୍କି ୨୮୯୮ ଏଡି। ଚଳିତ ମାସ ଜୁନ୍ ୨୭ରେ ପ୍ରେକ୍ଷାଳୟକୁ ଆସିବ। ୩ ମିନିଟ୍ ୨ ସେକେଣ୍ଡର ଏହି ଟ୍ରେଲରରେ ଏଭଳି ଅନେକ ଦୃଶ୍ୟ ରହିଛି। ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking