27.1 C
Bhubaneswar
Tuesday, May 14, 2024
Homeବିଜିନେସ୍ଶ୍ରେଷ୍ଠ ୯ କମ୍ପାନୀର ମୋଟ କ୍ଷତି ୧.୮୭ ଟ୍ରିଲିୟନ

ଶ୍ରେଷ୍ଠ ୯ କମ୍ପାନୀର ମୋଟ କ୍ଷତି ୧.୮୭ ଟ୍ରିଲିୟନ

ନୂଆଦିଲ୍ଲୀ: ଗତ ସପ୍ତାହରେ ସେନ୍‌ସେକ୍ସ ସୂଚକାଙ୍କ କ୍ରମାନ୍ୱୟେ ହ୍ରାସ ପାଇବା ଫଳରେ ଏହାର ପ୍ରତିକୂଳ ପ୍ରଭାବ ଦେଶର ଶ୍ରେଷ୍ଠ ୯ଟି କମ୍ପାନୀ ଉପରେ ପଡିଛି । ଫଳରେ ଏହି କମ୍ପାନୀଗୁଡିକ ମୋଟ ୧.୮୭ ଟ୍ରିଲିୟନ ଟଙ୍କାର କ୍ଷତି ସହିଥିବା ଜଣାପଡିଛି । ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ଏହାର ସୁଧହାର ବୃଦ୍ଧି କରିଥିଲା । ଫଳରେ ଏହାର ପ୍ରଭାବ ସେନ୍‌ସେକ୍ସ ଉପରେ ପଡିଥିଲା । ପୁନଶ୍ଚ ବିଦେଶୀ କମ୍ପାନୀଗୁଡିକ ଭାରତୀୟ ମାର୍କେଟରେ ପୁଞ୍ଜି ବିନିଯୋଗ କରିବାକୁ ମଧ୍ୟ କୁଣ୍ଠାବୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ କେବଳ ଆଇଟିସିିକୁ ବାଦଦେଇ ଭାରତର ଅନ୍ୟ ୯ ଶ୍ରେଷ୍ଠ କମ୍ପାନୀଙ୍କୁ ପ୍ରବଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା ।

ସବୁଠାରୁ ଅଧିକ କ୍ଷତି ସହିଛି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ । ଶୁକ୍ରବାର (ଫେବୃଆରୀ ୨୪) ସୁଦ୍ଧା ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୩୭,୮୪୮.୧୬ କୋଟି କ୍ଷତି ସହିଥିବାବେଳେ ଏହାର ସମ୍ପତ୍ତି ପରିମାଣ ୮,୮୬,୦୭୦.୯୯ କୋଟିକୁ ହ୍ରାସ ପାଇଛି । ମୁକେଶ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୩୬,୫୬୭.୪୬ କୋଟି କ୍ଷତିର ସମ୍ମୁଖୀନ ହୋଇଥିବାବେଳେ ଏହାର ସମ୍ପତ୍ତି ପରିମାଣ ୧୬,୧୪,୧୦୯.୬୬ କୋଟିକୁ ହ୍ରାସ ପାଇଛି । ଏହାପଛକୁ ଟିସିଏସ୍ ଓ ଏଚ୍‌ଡିଏଫ୍‌ସି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଟିସିଏସ୍ ୩୬,୪୪୪.୧୫ କୋଟି ଓ ଏଚ୍‌ଡିଏଫ୍‌ସି ୨୦,୮୭୧.୧୫ କୋଟି ସହିଥିବାବେଳେ ସେମାନଙ୍କର ସମ୍ପତ୍ତି ପରିମାଣ ଯଥାକ୍ରମେ ୧୨,୪୪,୦୯୫.୭୬ ଏବଂ ୪,୭୧,୩୬୫.୯୪ କୋଟିକୁ ଖସିଆସିଛି । ଏମାନଙ୍କ ପଛକୁ ରହିଛନ୍ତି ଆଇସିଆଇସିଆଇ ବ୍ୟାଙ୍କ, ଇନ୍‌ଫୋସିସ୍‌, ଭାରତୀ ଏୟାରଟେଲ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ହିନ୍ଦୁସ୍ତାନ ୟୁନିଲିଭର ।

ଆଇସିଆଇସିଆ ବ୍ୟାଙ୍କ ୧୫,୭୬୫.୫୬ କୋଟିର କ୍ଷତି ସହିଥିବାବେଳେ ସମ୍ପତ୍ତିି ପରିମାଣ ୫,୮୬,୧୫୪.୫୮ କୋଟିକୁ ହ୍ରାସ ପାଇଛି । ଇନ୍‌ଫୋସିସ୍ ୧୩,୪୬୫.୮୬ କୋଟି କ୍ଷତି ସହିଥିବାବେଳେ ସମ୍ପତ୍ତି ପରିମାଣ ୬,୫୨,୮୬୨.୭୦ କୋଟିକୁ, ଭାରତୀ ଏୟାରଟେଲ ୧୦,୭୯୨.୨୦ କୋଟିର କ୍ଷତି ସହ ସମ୍ପତ୍ତି ପରିମାଣ ୪,୨୨,୦୩୪.୦୫ କୋଟିକୁ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୮୮୭୯.୯୮ କୋଟିର କ୍ଷତି ସହ ସମ୍ପତ୍ତି ପରିମାଣ ୪,୬୪,୯୨୭.୬୬ କୋଟିକୁ ଏବଂ ହିନ୍ଦୁସ୍ତାନ ୟୁନିଲିଭର ୭୨୩୬.୭୪ କୋଟିର କ୍ଷତି ସହ ସମ୍ପତ୍ତି ପରିମାଣ ୫,୮୩,୬୯୭.୨୧ କୋଟିକୁ ଖସି ଆସିଛି । ଅପରପକ୍ଷରେ ଆଇଟିସି ଏହି ସପ୍ତାହରେ ୨୧୪୩.୭୩ କୋଟି ଲାଭ କରିଥିବାବେଳେ ନିଜର ସମ୍ପତ୍ତି ପରିମାଣ ୪,୭୭,୯୧୦.୮୫ କୋଟିକୁ ବୃଦ୍ଧି କରିଛି । ଭାରତର ଶ୍ରେଷ୍ଠ ୧୦ କମ୍ପାନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଏହାପଛକୁ ଟିସିଏସ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇନ୍‌ଫୋସିସ୍‌, ଆଇସିଆଇସିଆଇ ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଆଇଟିସିଚ, ଏଚ୍‌ଡିଏଫ୍‌ସି, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଭାରତୀ ଏୟାରଟେଲ ଯଥାକ୍ରମେ ୨ୟରୁ ୧୦ମ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking