29.4 C
Bhubaneswar
Saturday, May 4, 2024
Homeଓଡିଶାପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକ, ୮ ସୁଦ୍ଧା କାର୍ଯ୍ୟରେ ଯୋଗନଦେଲେ କାର୍ଯ୍ୟାନୁଷ୍ଠାନ

ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକ, ୮ ସୁଦ୍ଧା କାର୍ଯ୍ୟରେ ଯୋଗନଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଗତ ଅଗଷ୍ଟ ମାସରେ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକଅକ୍ଟୋବର ୮ ତାରିଖ ସୁଦ୍ଧା ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗ ନ ଦେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମାଲକାନଗିରି ବ୍ୟତୀତ ଅନ୍ୟସବୁ ଜିଲ୍ଲାର ଡିଇଓ (ଜିଲ୍ଲା ଶିକ୍ଷା ଅଧିକାରୀ)ଙ୍କ ନିକଟକୁ ଏନେଇ ଲେଖାଯାଇଛି ଚିଠି । ଏହି ଚିଠିରେ ଉଲ୍ଲେଖ ରହିଛି ଯେ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇବା ପରେ ସମସ୍ତ ଶିକ୍ଷକଙ୍କୁ ରିଲିଭ୍ କରି ଦିଆଯାଇଛି । କିନ୍ତୁ ଅନେକ ଶିକ୍ଷକ ସେମାନଙ୍କ ନିଯୁକ୍ତି ସ୍ଥାନରେ ଯୋଗ ଦେଇ ନାହାନ୍ତି । ଏହା ଭିତରେ ୨ ମାସ ବିତି ଯାଇଛି । ସେମାନେ ପ୍ରଧାନଶିକ୍ଷକ ଭାବେ ନୂଆ ଦାୟିତ୍ୱରେ ଯୋଗ ଦେଉ ନଥିବା ଯୋଗୁ ସେହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ା ସହିତ ପ୍ରଶାସନିକ କାର୍ଯ୍ୟରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି ।

ଏହା ସହିତ ପଦୋନ୍ନତି ପାଇବା ପରେ ଛୁଟିରେ ଥିବା ଏହି ଶିକ୍ଷକମାନଙ୍କୁ ଅକ୍ଟୋବର ୮ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଅବା ନିଜ ପଦୋନ୍ନତିକୁ ପ୍ରତ୍ୟାଖ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ୮ ତାରିଖ ପରେ ଛୁଟିରେ ରହିବେ, ତା’ହେଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ସୂଚନାଯୋଗ୍ୟ, ଅଗଷ୍ଟ ୩ ତାରିଖରେ ୧୦୯୭ ଜୁନିୟର ଏସ୍‌ଇଏସ୍ ଶିକ୍ଷକଙ୍କୁ ସିନିୟର ଏସ୍‌ଇଏସ୍ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଥିଲା । ସେମାନଙ୍କୁ ସପ୍ତାହକ ମଧ୍ୟରେ ପୋଷ୍ଟିଂ ସ୍ଥାନରେ ଯୋଗ ଦେବାକୁ କୁହାଯାଇଥିଲ । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଏଯାଏଁ ନିଯୁକ୍ତି ସ୍ଥାନରେ ଯୋଗ ଦେଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking