33.1 C
Bhubaneswar
Friday, May 17, 2024
Homeଅପରାଧଛାତ୍ରୀଙ୍କୁ ଅସଦାଚରଣ କରି ଫସିଲେ ଶିକ୍ଷକ, ଶେଷରେ....

ଛାତ୍ରୀଙ୍କୁ ଅସଦାଚରଣ କରି ଫସିଲେ ଶିକ୍ଷକ, ଶେଷରେ….

ଲକ୍ଷ୍ନୌ : ଶିକ୍ଷକଙ୍କୁ ଭଗବାନ ସଦୃଶ ପୂଜା କରାଯାଏ । କିନ୍ତୁ କିଛି ଏମିତି ରହିଛନ୍ତି ଯେଉଁ ମାନେ ଶିକ୍ଷକ ଧର୍ମର ସବୁ ସୀମା ପାର୍ କରିଯାଉଛନ୍ତି । ପିଲା ମାନଙ୍କ ସବୁବେଳେ ଭଲ କଥା ଶିଖାଇବା ବଦଳରେ ସେମାନେ ନିଜେ ବାଟ ବଣା ହେଉଛନ୍ତି । ଏହିଭଳି ଏକ ମାମଲା ସାମନାକୁ ଆସିଛି । ଜଣେ ଶିକ୍ଷକ ନିଜର ଛାତ୍ରୀଙ୍କ ମୁହଁରେ ଜୋର ଦବରଦସ୍ତି କେକ୍ ଲଗାଇଛନ୍ତି । ଯେଉଁଥିପାଇଁ ଉକ୍ତ ଶିକ୍ଷକଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ବାପା । ଏହାର ଏକ ଭିଡିଓ ଭାଇରାଲ୍ ହେବାପରେ ଏପରି ପଦକ୍ଷେପ ନିଆଯାଇଛି । ଏହିଭଳି ଏକ ଖବର ଶୁଣିବାକୁ ମିଳିଛି ଉତ୍ତରପ୍ରଦେଶରର ରାମପୁର ଠାରେ । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ୫୬ ବର୍ଷିୟ ଶିକ୍ଷକ ଜୋର ଜବଦଦସ୍ତି ଛାତ୍ରୀଙ୍କୁ ଭିଡୁଛନ୍ତି ଓ ତାଙ୍କ ମୁହଁରେ କେକ୍ ଲଗାଉଛନ୍ତି । ଏଥିରେ ଛାତ୍ରୀ ନିଜକୁ ସେଥିରୁ ବାହାରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଶିକ୍ଷକ କହୁଛନ୍ତି ଏବେ କିଏ ବଞ୍ଚେଇବ ତତେ । ଏନେଇ ଛାତ୍ରୀଙ୍କ ବାପା ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି। ପୋଲିସ୍ ପକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି ଗିରଫ କରିଛି ଶିକ୍ଷକଙ୍କୁ। ତେବେ ଏଭଳି ଏକ ଘଟଣା ଗୁରୁଦିବସ ଦିନ ହିଁ ହୋଇଛି। ଏହି ମାମଲା ସାମନାକୁ ଆସିବାପରେ ସ୍କୁଲ ପକ୍ଷରୁ ତାଙ୍କୁ ନିଲମ୍ବିତ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking