28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶକେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନକୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟ

କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନକୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନିଲଣ୍ଡରିଂ ମାମଲାରେ ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୟଦି ଲୋକେ ତାଙ୍କୁ ଭୋଟ ଦିଅନ୍ତି, ତେବେ ତାଙ୍କୁ ଆଉ ଜେଲ ଯିବାକୁ ପଡ଼ିବ ନାହିଁ ବୋଲି ନିକଟରେ କେଜ୍ରିୱାଲ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । କେଜ୍ରିୱାଲ ଅନ୍ତରୀଣ ଜାମିନକୁ ନେଇ ପ୍ରଶ୍ନ ଉଠିବା ପରେ ଏହା ଉପରେ ମତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । କେଜ୍ରିୱାଲଙ୍କୁ ଜାମିନ ଆବେଦନ ରାୟ ସମ୍ପୂର୍ଣ୍ଣ ସ୍ପଷ୍ଟ ।

ଏ ନେଇ ଯଥାର୍ଥତା ଅନୁଭବ କଲୁ ଏବଂ ରାୟ ପାସ୍‌ କରାଗଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପ୍ରଚାର ସମୟରେ କେଜ୍ରିୱାଲ ଜନତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଯଦି ସେମାନେ ଦଳୀୟ ଚିହ୍ନ ଝାଡୁରେ ଭୋଟ ଦିଅନ୍ତି, ତେବେ ତାଙ୍କୁ ଆଉ ଜେଲ ଯିବାକୁ ପଡ଼ିବ ନାହିଁ । ଏହି ମନ୍ତବ୍ୟକୁ ଇଡି ଦୃଢ ବିରୋଧ କରିଛି । ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କୁ କହିଛନ୍ତି ଯେ କେଜ୍ରିୱାଲ ଏପରି ବୟାନ କିପରି ଦେଇପାରିବେ । ଏହା ଉପରେ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ଆମ ଆଦେଶ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଆହୁରି କହିଛନ୍ତି,” ଯେହେତୁ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଆଲୋଚନା ହେଉଛି, ଆପଣମାନଙ୍କ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ରହିଥାଇପାରେ । କିନ୍ତୁ କୋର୍ଟଙ୍କ ରାୟ ସମ୍ପୂର୍ଣ୍ଣ ସ୍ପଷ୍ଟ । କେଜ୍ରିୱାଲଙ୍କୁ ଜାମିନକୁ ନେଇ ନିର୍ଦ୍ଦିଷ୍ଟ ଟାଇମଲାଇନ ଦିଆଯାଇଛି । ତାଙ୍କ ଜାମିନ ଆବେଦନର ସମୟସୀମା ଶେଷ ହେବା ପରେ ସେ ଜୁନ ୨ ତାରିଖରେ ଜେଲରେ ଆତ୍ମସମର୍ପଣ କରିବେ । ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି । ଏହାପରେ ମେହେଟ୍ଟା କହିଛନ୍ତି, “କେଜ୍ରିୱାଲଙ୍କୁ ଏପରି କହିବା ଉଚିତ ନଥିଲା । ଏହା ବ୍ୟବସ୍ଥାକୁ ଚାପୁଡା ମାରିବା ପରି ।” ସୂଚନା ଥାଉ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମେ ୧୦ ତାରିଖରେ ଜେଲରୁ ମୁକୁଳିଥିଲେ । ୫୦ ଦିନ ପରେ ସେ ଜେଲରୁ ବାହାରିବା ପରେ ଏବେ ପ୍ରଚାର କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି । ଜେଲରୁ ବାହାରିବା ପରେ ସେ ବିଜେପି ଉପରେ ବର୍ଷିଥିବା ବେଳେ ଦେଶରୁ ତାନାସାହି ହଟାଇବା ଲାଗି ୧୪୦ କୋଟି ଦେଶବାସୀଙ୍କ ସମର୍ଥନ ମାଗିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking