17.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ଉପରୁ ବ୍ୟାନ୍ ହଟାଇଲେ ସୁପ୍ରିମ୍‌କୋର୍ଟ

ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ଉପରୁ ବ୍ୟାନ୍ ହଟାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଫିଲ୍ମ ଦି କେରଳ ଷ୍ଟୋରୀ ଉପରେ ଲାଗିଥିବା ବ୍ୟାନ୍ ନିଷ୍ପତ୍ତି ଉପରେ ସୁପ୍ରିମ୍‌କୋର୍ଟ ରୋକ୍ ଲଗାଇଛନ୍ତି । ସେହିପରି ଫିଲ୍ମ ଦେଖିବାକୁ ଯାଉଥିôବା ଦର୍ଶକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । କୋର୍ଟ କହିଛନ୍ତି, ଫିଲ୍ମକୁ ସେନ୍ସର ବୋର୍ଡରୁ ମିଳିଥିବା ସାର୍ଟିଫିକେଟ୍ ବିରୋଧରେ ମଧ୍ୟ ପିଟିସନ୍ ଦାଖଲ କରାଯାଇଛି । ଏହାର ଶୁଣାଣି ପୂର୍ବରୁ ଆମେ ଏହି ଫିଲ୍ମ ଦେଖିବୁ ।

ଏହା ସହିତ କୋର୍ଟ କହିଛନ୍ତି, ଫିଲ୍ମରେ ୩୨ ହଜାର ମହିଳାଙ୍କ ଇସ୍‌ଲାମ ଗ୍ରହଣ କରିଥିବା ଅଭିଯୋଗ ଉପରେ ଡିସ୍‌କ୍ଲେମର୍ ଲଗାଯାଉ ଏବଂ ପ୍ରଯୋଜକ ମେ ୨୦ ସନ୍ଧ୍ୟା ୫ଟା ପୂର୍ବରୁ ଏହା କରନ୍ତୁ । ପଶ୍ଚିମବଙ୍ଗ ସରକାରଙ୍କ ଭର୍ତ୍ସନା କରି କୋର୍ଟ କହିଛନ୍ତି, ଅସହିଷ୍ଣୁତାକୁ ଗୁରୁତ୍ୱ ଦେଇ ଯଦି ଆଇନର ଏପରି ବ୍ୟବହାର କରାଯିବ, ତେବେ ପ୍ରତ୍ୟେକ ଫିଲ୍ମର ଏହି ଅବସ୍ଥା ହେବ । ଆଇନ ଶୃଙ୍ଖଳା ରକ୍ଷା କରିବା ରାଜ୍ୟର କାମ । ସେହିପରି ଥିଏଟର୍‌ରେ ସୁରକ୍ଷା ଯୋଗାଇ ଦେବାକୁ ସର୍ବୋଚ୍ଚ ଅଦାଲତ ତାମିଲନାଡ଼ୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଫିଲ୍ମ ପ୍ରଯୋଜକଙ୍କ ପକ୍ଷରୁ ସିନିୟର୍ ଆଡ୍‌ଭୋକେଟ୍ ହରୀଶ ସାଲ୍‌ଭେ ସ୍ୱୀକାର କରିଛନ୍ତି ଯେ ୩୨ ହଜାର ମହିଳା ଇସ୍‌ଲାମ ଗ୍ରହଣ କରିଥିବାର କୌଣସି ତଥ୍ୟ ଉପଲବ୍ଧ ନାହିଁ । ଏହା ଡିସ୍‌କ୍ଲେମର୍‌ରେ ଦିଆଯିବ । ‘ଦ କେରଳ ଷ୍ଟୋରୀ’ ଫିଲ୍ମକୁ ପଶ୍ଚିମବଙ୍ଗ ସରକାର ଏବଂ ତାମିଲନାଡ଼ୁର ଥିଏଟର୍ସ ମାଲିକମାନେ ବ୍ୟାନ୍ କରିଥିଲେ । କଲିକତା ଓ ମାଡ୍ରାସ୍ ହାଇକୋର୍ଟ ଏହି ମାମଲାରେ ଦଖଲ ଦେବାକୁ ମନା କରିଦେଇଥିଲେ ।

ସୁପ୍ରିମ୍‌କୋର୍ଟ ଏବେ ଏହି ଦୁଇ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଗ୍ରୀଷ୍ମ ଅବକାଶ ପରେ ଜୁଲାଇ ୧୮ରେ ଶୁଣାଣି କରିବେ । ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର କୋର୍ଟଙ୍କ ଆଦେଶର ପାଳନ କରିବେ ବୋଲି ତୃଣମୂଳ ନେତା ଶଶୀ ପାଞ୍ଜା କହିଛନ୍ତି । ତେବେ ଏହାକୁ ରାଜ୍ୟ ସରକାରଙ୍କ ପରାଜୟ ବୋଲି ବିରୋଧୀ ଦଳ ଦେଖାଇବାକୁ ଉଦ୍ୟମ କରିବା ଉଚିତ ହେବନାହିଁ ।

ପାର୍ଟିର ଅନ୍ୟତମ ବରିଷ୍ଠ ନେତା କୃଣାଳ ଘୋଷ କହିଛନ୍ତି, ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିକ୍ରମେ ଫିଲ୍ମକୁ ରାଜ୍ୟରେ ପୁଣିଥରେ ପ୍ରଦର୍ଶିତ କରାଯିବ । ଯଦି ଫିଲ୍ମ ପ୍ରଦର୍ଶନ ବେଳେ କୌଣସି ପ୍ରସଙ୍ଗ ଉଠେ ତେବେ ବିରୋଧୀ ଦଳ ଆମକୁ ଦୋଷ ଦେବେନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking