30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଗୁଜୁରାଣ ଭତ୍ତାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ଗୁଜୁରାଣ ଭତ୍ତାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :ଗୁଜୁରାଣ ଭତ୍ତାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି କି, ଯଦି ସ୍ୱାମୀ ଶାରୀରିକ ଭାବରେ ସକ୍ଷମ, ତେବେ ତାଙ୍କଠାରୁ ଅଲଗା ରହୁଥିବା ପତ୍ନୀ ଓ ନାବାଳକ ପିଲାଙ୍କ ଭରଣ-ପୋଷଣ ପାଇଁ ତାଙ୍କୁ ଶ୍ରମିକ ସାଜି ମଧ୍ୟ ଟଙ୍କା ରୋଜଗାର କରିବାକୁ ପଡିବ । ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ସିଆରପିସିର ଧାରା ୧୨୫ ଅନୁଯାୟୀ ଗୁଜୁରାଣ ଭତ୍ତା ଏକ ସାମାଜିକ ନ୍ୟାୟ, ଯାହାକି ବିଶେଷ କରି ମହିଳା ଏବଂ ଶିଶୁଙ୍କ ସଂରକ୍ଷଣ ପାଇଁ ଆଇନର ରୂପ ଦିଆଯାଇଛି । ଏପରି ପରିସ୍ଥିତିରେ ସ୍ୱାମୀ ନିଜ ଦାୟିତ୍ୱରୁ ମୁହଁ ମୋଡି ପାରିବେ ନାହିଁ । ବ୍ୟବସାୟ ବନ୍ଦ ହେବା କାରଣରୁ ଆୟର ଉତ୍ସ ନାହିଁ, ଏହି କାରଣରୁ ଅଲଗା ରହୁଥିବା ପତ୍ନୀ ଓ ଛୁଆଙ୍କୁ ଭରଣପୋଷଣ ଟଙ୍କା ଦେଇପାରିବି ନାହିଁ ବୋଲି ସ୍ୱାମୀ ଜଣକ ନିବେଦନ କରିଥିଲେ, ଯାହାକୁ ଖଣ୍ଡନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀ କହିଛନ୍ତି ଯେ, ଉତ୍ତରଦାୟୀ ଅର୍ଥାତ୍ (ସ୍ୱାମୀ) ଯଦି ଶାରୀରିକ ଭାବରେ ଦକ୍ଷ, ତେଣୁ ତାଙ୍କୁ ଉପଯୁକ୍ତ ଢ଼ଙ୍ଗରେ ଟଙ୍କା ରୋଜଗାର କରି ପତ୍ନୀ ଏବଂ ପିଲାମାନଙ୍କୁ ଭରଣପୋଷଣ ଟଙ୍କା ଦେବାକୁ ପଡ଼ିବ ।

ବେଞ୍ଚ କହିଛନ୍ତି ଯେ, ପାରିବାରିକ କୋର୍ଟରେ ପତ୍ନୀ ଦେଇଥିବା ସାକ୍ଷୀ ଏବଂ ରେକର୍ଡରେ ଉପଲବ୍ଧ ପ୍ରମାଣକୁ ଦୃଷ୍ଟିରେ ରଖି ଜଣାପଡିଛି କି, ଉତ୍ତରଦାତାଙ୍କର ପର୍ଯ୍ୟାପ୍ତ ପରିମାଣର ଆୟ ଉତ୍ସ ରହିଛି । ଏହା ସତ୍ତ୍ୱେ ସେ ଅଭିଯୋଗକାରୀଙ୍କୁ ଭରଣପୋଷଣ ଦେବାରେ ବିଫଳ ହୋଇଥିଲେ ଏବଂ ତାଙ୍କୁ ଅଣଦେଖା କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଫ୍ୟାମିଲି କୋର୍ଟ ଜିନିଷ ଦେଖିବା ଏବଂ ଏହାର କାରଣ ବୁଝିବାରେ ବିଫଳ ହୋଇଛନ୍ତି । ଏଥି ସହିତ କୋର୍ଟ କହିଛନ୍ତି ଯେ, ସିଆରପିସିର ଧାରା ୧୨୫ ର ଉଦ୍ଦେଶ୍ୟ ହେଉଛି ଯେଉଁ ଶାଶୁଘର ଛାଡି ଅଲଗା ରହୁଥିବା ମହିଳାଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା, ଯାହାଦ୍ୱାରା ସେମାନେ ନିଜର ଓ ପିଲାର ଭରଣପୋଷଣ କରିପାରିବେ । କୋର୍ଟ କହିଛନ୍ତି ଯେ ସ୍ୱାମୀଙ୍କୁ ପରିଶ୍ରମ କରି ମଧ୍ୟ ଟଙ୍କା ରୋଜଗାର କରିବାକୁ ପଡ଼ିବ, ଯାହାଦ୍ୱାରା ପତ୍ନୀ ଏବଂ ପିଲାମାନଙ୍କୁ ଆର୍ôଥକ ସହାୟତା ଦିଆଯାଇପାରିବ । ଯଦି ସ୍ୱାମୀ ଶାରୀରିକ ଭାବରେ ସକ୍ଷମ ତେବେ ସେ ଏହି କର୍ତ୍ତବ୍ୟ କରିବାକୁ ମନା କରିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking