19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶକୃଷକ ମହାପଞ୍ଚାୟତକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

କୃଷକ ମହାପଞ୍ଚାୟତକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ କୃଷି ଆଇନକୁ ବିରୋଧ କରୁଥିବା କୃଷକ ମହାପଞ୍ଚାୟତକୁ ଭର୍ତ୍ସନା କରିଛନ୍ତି । ଆଇନ ବିରୋଧରେ ଦିଲ୍ଲୀର ଯନ୍ତର ମନ୍ତରରେ ଧାରଣା ପାଇଁ କୃଷକ ମହାପଞ୍ଚାୟତ ପକ୍ଷରୁ କରାଯାଇଥିବା ଏକ ଆବେଦନର ଶୁଣାଣି ଅବସରରେ ବିଚାରପତି କେତେକ କଟୁ ମନ୍ତବ୍ୟ ଦେଇଥିଲେ । କୃଷି ଆଇନ ବିରୋଧରେ କୋର୍ଟରେ ଆବେଦନ କରିଥିବା ବେଳେ ପୁଣି ଧାରଣା ଆନ୍ଦୋଳନର କ’ଣ କାରଣ ରହିଛି ବୋଲି ବିଚାରପତି ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ । ଆବେଦନ ଉପରେ ଶୁଣାଣି ବେଳେ ବିଚାରପତି କହିଥିଲେ କୃଷି ଆଇନ ପ୍ରସଙ୍ଗରେ ଚାଟୁକାରିତା ବନ୍ଦ ହେବା ଉଚିତ । ସେ ଆବେଦନକାରୀଙ୍କୁ କହିଥିଲେ, ଆପଣ ପ୍ରଥମେ ଜାତୀୟ ରାଜପଥ ଓ ସଡ଼କ ବନ୍ଦ କରିଦେଲେ, ଦିଲ୍ଲୀକୁ ଚାରିପଟୁ ଘେରାଇ କରି ରଖିଛନ୍ତି ଏବଂ ଏବେ ବିରୋଧ ପ୍ରଦର୍ଶନ ପାଇଁ ସହର ଭିତରେ ପ୍ରବେଶ କରିବାକୁ ଚାହୁଁଛନ୍ତି । ଏହାର ଜବାବରେ ଆବେଦନକାରୀ କହିଥିଲେ କୃଷକମାନେ ନୁହେଁ ବରଂ ପୁଲିସ ରାଜପଥ ଓ ସଡ଼କ ବନ୍ଦ କରିଛି । ସେ କହିଥିଲେ, ଯନ୍ତର ମନ୍ତରରେ ଧାରଣା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ଦିଲ୍ଲୀ ପୁଲିସ୍ ଯେଉଁ ଭାବେ ଅନୁମତି ଦେଇଥିଲା, ଆମେ ସେହିପରି ଅନୁମତିର ଦାବି କରୁଛୁ । ଏହି ଦାବି ଉପରେ ବିଚାରପତି କହିଥିଲେ, ଯେତେବେ କୃଷି ଆଇନ ବିରୋଧରେ ଆପଣ କୋର୍ଟର ରାସ୍ତା ବାଛିଛନ୍ତି, ସେତେବେଳେ ପୁଣି ବିରୋଧ ପ୍ରଦର୍ଶନ କେଉଥି ପାଇଁ କରାଯାଉଛି । ବିଚାରପତି କହିଥିଲେ, ଯଦି ଆପଣଙ୍କର କୋର୍ଟ ଉପରେ ଭରସା ଅଛି, ତେବେ ବିରୋଧ ପରିବର୍ତ୍ତେନ ଶୀଘ୍ର ଶୁଣାଣି ଉପରେ ଜୋର୍ ଲଗାନ୍ତୁ । ଶୁଣାଣି ପରେ ନିଜ ଦାବି ସମ୍ପର୍କରେ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିବା ସହ ଏହାର ଏକ କପି ସରକାରୀ ଓକିଲଙ୍କୁ ଦେବା ପାଇଁ ବିଚାରପତି ଆବେଦନକାରୀଙ୍କୁ କହିଥିଲେ । ମାମଲାର ଶୁଣାଣିକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking