ୟାଙ୍ଗନ: ମିଆଁମାରର ସାମରିକ ଶାସକ ଦେଶରେ ଲାଗୁ ହୋଇଥିବା ଜରୁରୀ ଅବସ୍ଥାକୁ ଆଉ ୬ ମାସ ବୃଦ୍ଧି କରିଛନ୍ତି । ଫଳରେ ମୁଦ୍ରାସ୍ଫୀତି ଏବଂ ଅନ୍ୟ ସମସ୍ୟା ଦେଇ ଗତି କରୁଥିବା ମିଆଁମାରରେ ଆସନ୍ତାବର୍ଷ ଜାନୁଆରୀ ୩୧ ପର୍ଯ୍ୟନ୍ତ ଜରୁରୀ ଅବସ୍ଥା କାଏମ ରହିବ ବୋଲି କୁହାଯାଇଛି । ସାମରିକ ଶାସକଙ୍କ ଏଭଳି ନିଷ୍ପତ୍ତି ଫଳରେ ଚଳିତବର୍ଷ ଶେଷଆଡକୁ ମିଆଁମାରରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଯାହା ଶୁଣାଯାଉଥିଲା, ତାହା ଫସର ଫାଟିଯାଇଛି । ୨୦୨୧ ଫେବୃଆରୀ ୧ରେ ଅଙ୍ଗ ସାଙ୍ଗ୍ ସୁ-କୀଙ୍କ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରି ମିଆଁମାରରେ ପୁଣି ସାମରିକ ଶାସନ ଲାଗୁ କରାଯାଇଥିଲା ।