30.1 C
Bhubaneswar
Monday, May 20, 2024
Homeଓଡିଶାଫେକ୍ ଭୋଟରଙ୍କୁ ସାବଧାନ୍ ରହିବାକୁ କହିଲେ ରାଜ୍ୟ ନିର୍ବାଚନ କମିଶନ

ଫେକ୍ ଭୋଟରଙ୍କୁ ସାବଧାନ୍ ରହିବାକୁ କହିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଗଣ୍ଡା ଚଳଚଞ୍ଚଳ ହୋଇପଡିଥିବା ବେଳେ ଫେକ୍ ଭୋଟରଙ୍କୁ ସାବଧାନ୍ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଆୟୋଜିତ ଏକ ପ୍ରେସମିଟରେ ଫେକ୍ ଭୋଟରଙ୍କୁ ସତର୍କବାଣୀ ଶୁଣାଇଛନ୍ତି ଆଦିତ୍ୟ । ସେ କହିଛନ୍ତି ଯେ, ‘ଫେକ୍ ଭୋଟର ବୋଲି ଜଣାପଡିଲେ ସେମାନଙ୍କୁ ପୋଲିସ ହେପାଜତରେ ଦିଆଯିବ ।

ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ଚ୍ୟାଲେଞ୍ଜ କରିପାରିବେ । ଏଜେଣ୍ଟ ୨ ଟଙ୍କା ଦେଇ ଭୋଟରଙ୍କ ପରିଚୟକୁ ଚ୍ୟାଲେଞ୍ଜ କରିପାରିବେ । ପ୍ରିଜେଇଡିଂ ଅଫିସରମାନେ ସ୍ପଟ୍ ଉପରେ ଯାଞ୍ଚ କରିବେ ।’ ଅଭିଯୋଗ ସତ୍ୟ ପ୍ରମାଣିତ ହେବେ ଭୋଟରଙ୍କୁ ପୋଲିସ ଜିମା ଦିଆଯିବ । ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ୍ ଦେଇପାରିବେ ।

ଜଣଙ୍କ ସ୍ଥାନରେ ଅନ୍ୟ ଜଣେ ଭୋଟ ଦେଇଥିଲେ ଭୋଟ କାଉଣ୍ଟ ହେବନି । ସେ କ୍ଷେତ୍ରରେ ସେହି ବ୍ୟକ୍ତିଙ୍କୁ ଟେଣ୍ଡଡ ଭୋଟ ପାଇଁ ଅନୁମତି ମିଳିବ । ଭୋଟ ଦେଇଥିବା ସେହ ବାଲାଟ ପେପରକୁ ଅଲଗା ରଖାଯିବ । ପୋଲିସ ଅଫିସରମାନଙ୍କ ପାଇଁ ଭୋଟ ଦେବା ବ୍ୟବସ୍ଥା ନାହିଁ ବେଲି ଏସଇସି ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking