25.1 C
Bhubaneswar
Saturday, May 2, 2026
Homeଅପରାଧମା’ଙ୍କୁ ବଞ୍ଚାଇ ବାପାଙ୍କୁ ମାରିଲା ପୁଅ

ମା’ଙ୍କୁ ବଞ୍ଚାଇ ବାପାଙ୍କୁ ମାରିଲା ପୁଅ

ନୂଆଦିଲ୍ଲୀ : ମା’ଙ୍କୁ ବଞ୍ଚାଇ ବାପାଙ୍କୁ ମାରିଲା ପୁଅ । ମା’ଙ୍କୁ ବଞ୍ଚାଇବାକୁ ଯାଇ ବାପାଙ୍କୁ ହତ୍ୟା କରିଛି ୧୬ ବର୍ଷର ପୁଅ। ପୁଅ ଜଣକ ବାପାର ମୁଣ୍ଡକୁ ପ୍ଲାଷ୍ଟିକ ପାଇପରେ ପିଟି ଦେବାକୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ରୋହିଣୀ ଠାରେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ୧୬ ବର୍ଷର ପୁଅକୁ ଅଟକ ରଖିଛି। ମା’ଙ୍କୁ ବାପା ମାଡ଼ ମାରୁଥିବା ବେଳେ ପୁଅ ଜଣକ ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। ରବିବାର ସକାଳ ୧୦.୫୮ ମିନିଟରେ ପୁଲିସ୍‌କୁ ଫୋନ ଆସିଥିଲେ। ଅମନ ବିଗାର ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଫୋନରେ ସୂଚନା ମିଳିଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଜଣେ ମଧ୍ୟବୟସ୍କଙ୍କ ରକ୍ତାକ୍ତ ମୃତଦେହ ଘର ସାମ୍ନାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବ୍ୟକ୍ତି ଜଣଙ୍କ ମଦ ନିଶାରେ ପ୍ରାୟ ସବୁ ଦିନ ନିଜର ସ୍ତ୍ରୀ ଓ ପିଲାମାନଙ୍କୁ ମାଡ଼ ମାରିଥାଆନ୍ତି। ରବିବାର ସକାଳୁ ମଧ୍ୟ ସମାନ ଘଟଣା ଘଟିଥିଲା। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କ ସହ ପାଟିତୁଣ୍ତ କରିଥିଲେ ଓ ତାଙ୍କୁ ମାଡ଼ ମାରିଥିଲେ। ଏହି ଦୃଶ୍ୟ ୧୬ ବର୍ଷୀୟ ପୁଅ ଆଖିରେ ପଡ଼ିବାରୁ ସେ ବାପାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ସେ କିଛି ଶୁଣି ନଥିଲେ। ବାସ୍‌ ଏଥିରେ ରାଗି ଯାଇ ପୁଅ ଜଣଙ୍କ ବାପାଙ୍କ ମୁଣ୍ଡକୁ ଗୋଟିଏ ପ୍ଲାଷ୍ଟିକ ପାଇକରେ ପିଟି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ନାବାଳକ ଅଭିଯୁକ୍ତକୁ ଅଟକ ରଖିଛି। ସେହିପରି ବ୍ୟବଚ୍ଛେଦ ପାଇଁ ଶବକୁ ସଂରକ୍ଷିତ କରି ରଖାଯାଇଥିବା ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking