29.1 C
Bhubaneswar
Tuesday, July 2, 2024
Homeଅପରାଧସଂପତ୍ତି ଲୋଭରେ ବାପାକୁ ହାଣି ସୁଟକେସରେ ଭର୍ତ୍ତିକରି ଫିଙ୍ଗି ଦେଲା ପୁଅ

ସଂପତ୍ତି ଲୋଭରେ ବାପାକୁ ହାଣି ସୁଟକେସରେ ଭର୍ତ୍ତିକରି ଫିଙ୍ଗି ଦେଲା ପୁଅ

ଲକ୍ଷ୍ନୌ: ତ୍ତରପ୍ରଦେଶର ଗୋରଖପୁରରେ ଏକ ଛାତିଥରା ଘଟଣା ଘଟିଛି । ଜମିବାଡି ବିବାଦ ନେଇ ୬୨ ବର୍ଷୀୟ ବାପାକୁ ହତ୍ୟା କରିଛି ପୁଅ । ୩୦ ବର୍ଷୀୟ ଅଭିଯୁକ୍ତ ସନ୍ତୋଷ କୁମାର ଗୁପ୍ତା ବାପା ମୁରଲୀଧର ଗୁପ୍ତାଙ୍କ ମୃତଦେହକୁ ଏକ ସୁଟକେସରେ ରଖିବା ପାଇଁ କାଟି ଦେଇଥିଲେ। ତିୱାରୀପୁର ପୋଲିସ ସର୍କଲ ଅନ୍ତର୍ଗତ ସୁରଜ କୁଣ୍ଡ କଲୋନୀରେ ଏହି ଘଟଣା ଘଟିଛି। ଏହି ମାମଲାରେ ଅଭିଯୁକ୍ତଙ୍କ ଭାଇ ପ୍ରଶାନ୍ତ ଗୁପ୍ତାଙ୍କ ଅଭିଯୋଗରେ ରବିବାର ଏକ ମାମଲା ରୁଜୁ ହୋଇଥିଲା। ଏହା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ଘଟଣାରେ ଏସପି କୃଷ୍ଣ କୁମାର ବିଷ୍ନୋଇ କହିଛନ୍ତି, ବାପାଙ୍କୁ ହତ୍ୟା କରିବା ମାମଲାରେ ପୁଅ ସନ୍ତୋଷକୁ ଗିରଫ କରାଯାଇଛି ।

କରୋନା ସମୟରେ ମୁରଲୀଧରଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ମୃତକ ମୁରଲୀ ତଳ ମହଲାରେ ଏକ ସାଧାରଣ ଦୋକାନ ଚଳାଉଥିଲେ ଏବଂ ତାଙ୍କ ଘରର ପ୍ରଥମ ମହଲାରେ ରହୁଥିଲେ । ଯେତେବେଳେ ବାପା ମୁରଲୀ ଘରେ ଏକୁଟିଆ ରହିଥିଲେ, ସେତେବେଳେ ପୁଅ ସନ୍ତୋଷ ତାଙ୍କୁ ଆକ୍ରମଣ କରିଥିଲେ । ମୁରଲୀଙ୍କ ଦ୍ୱିତୀୟ ପୁଅ ପ୍ରଶାନ୍ତ ଗୁପ୍ତାଙ୍କୁ ବାପାଙ୍କ ବିଷୟରେ ସନ୍ଦେହ ହୋଇଥିଲା । ଏକ ବିବାହ ସମାରୋହରେ ଯୋଗ ଦେଇ ଘରକୁ ବିଳମ୍ବରେ ପହଞ୍‌ଚିବା ପରେ ପ୍ରଶାନ୍ତ ଘରେ ରକ୍ତ ଛିଟା ଦେଖିବାକୁ ପାଇଥିଲେ । ଏହା ପରେ ବାପାଙ୍କୁ ଖୋଜାଖୋଜି କରିଥିଲେ ।

ସେ ବାପାଙ୍କୁ କୌଣସି ସ୍ଥାନରେ ନ ପାଇବାରୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ସନ୍ତୋଷକୁ ଗିରଫ କରିଥିଲା। ଆଉ ପଚରାଉଚରା କରିବାରୁ ନିଜର ଦୋଷ ସ୍ୱୀକାର କରିଥିଲା ସନ୍ତୋଷ । ଜମିବାଡି ଲୋଭରେ ବାପାକୁ ହତ୍ୟା କରିବା ପରେ ସନ୍ତୋଷ ତାଙ୍କୁ ସୁଟକେଟରେ ଭର୍ତ୍ତି କରି ଠିକଣା ଜାଗାର ଫୋପାଡିଦେଇଥିଲା । ଯାହାପରେ ପୋଲିସ ସନ୍ତୋଷଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking