34.1 C
Bhubaneswar
Friday, June 28, 2024
Homeଓଡିଶାମାଆର ସ୍ନେହକୁ ଭୁଲି ଗଲା ପୁଅ; ତଣ୍ଟି ଚିପି କଲା ହତ୍ୟା

ମାଆର ସ୍ନେହକୁ ଭୁଲି ଗଲା ପୁଅ; ତଣ୍ଟି ଚିପି କଲା ହତ୍ୟା

ରାଇରଙ୍ଗପୁର: ସଇତାନ ସାଜିଲା ସନ୍ତାନ । ମାଆର ସ୍ନେହକୁ ଭୁଲି ଗଲା ପୁଅ । ଯେଉଁ ମାଆ ଦଶ ମାସ ଦଶ ଦିନ ଗର୍ଭଯନ୍ତ୍ରଣା ପାଇ ପୁଅକୁ ଜନ୍ମ ଦେଇଥିଲା ସେଇ ପୁଅ ହେଲା ରକ୍ତ ମୁଖା । ଯେଉଁ ହାତରେ ମାଆର ହାତ ଧରି ଚାଲିବା ଶିଖିଥିଲା ସେହି ହାତରେ ମାଆକୁ ତଣ୍ଟିଚିପି ହତ୍ୟା କଲା ପୁଅ । ନିଶାସକ୍ତ ଅବସ୍ଥାରେ ଏପରି ବର୍ବର କାଣ୍ଡ ଘଟାଇବା ପରେ ଥାନାରେ ଆତ୍ମସମର୍ପଣ କରିଛି ମାତୃହନ୍ତା । ଏଭଳି ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପାଟଶିଳା ଗ୍ରାମରେ । ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି କାର୍ମି ମୁର୍ମୁ। ସୂଚନା ଅନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ ଗଜେନ୍ଦ୍ର ମୁର୍ମୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ।

ଏହାପରେ ମାଆ କାର୍ମି ମୁର୍ମୁଙ୍କ ସହିତ ଝଗଡ଼ା କରିଥିଲେ ଗଜେନ୍ଦ୍ର । ଯାହା ପର ମୁହୁର୍ତ୍ତରେ ନେଇଥିବା ଉଗ୍ରରୂପ । ଶେଷରେ ଅସହିଷ୍ଣୁତାର ବଶବର୍ତ୍ତୀ ହୋଇ ମାଆକୁ ତଣ୍ଟି ଚିପି ହତ୍ୟା କରିଥିଲା ପୁଅ । ଘଟଣାସ୍ଥଳରେ କାର୍ମିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ସକାଳୁ ଗଜେନ୍ଦ୍ର ବାଙ୍ଗିରିପୋଷି ଥାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ସେଠାରେ ପୋଲିସ ସମ୍ମୁଖରେ ଘଟଣା ସମ୍ପର୍କରେ କହିଥିବା ଅଭିଯୁକ୍ତ ପୁଅ। ଏହାପରେ ବାଙ୍ଗିରିପୋଷି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଅଧିକ ତଦନ୍ତ ପାଇଁ ବାରିପଦା ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking