22.1 C
Bhubaneswar
Friday, January 10, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍‌ରେ ଭାରତୀୟ ଛାତ୍ରୀଛାତ୍ରଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ

ୟୁକ୍ରେନ୍‌ରେ ଭାରତୀୟ ଛାତ୍ରୀଛାତ୍ରଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ

ନୂଆଦିଲ୍ଲୀ : ଯୁଦ୍ଧତ୍ରସ୍ତ ୟୁକ୍ରେନ୍‌ରେ ଭାରତୀୟ ଛାତ୍ରୀଛାତ୍ରଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି । ଆମକୁ ଏଠାରୁ ଆଉ ଉଦ୍ଧାର କରିବାର ଆବଶ୍ୟକ ପଡ଼ିବନାହିଁ । ଆମର ଏଠାରେ ହତ୍ୟା କରିଦିଆଯିବ ବୋଲି ଛାତ୍ରୀଛାତ୍ରମାନେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭାବୁକ ଅପିଲ୍ କରି କହିଛନ୍ତି । ସ୍ଥିତି କିପରି ଦୟନୀୟ ଏହା କଳ୍ପନାରେ ବାହାରେ । ୟୁଦ୍ଧତ୍ରସ୍ତ ୟୁକ୍ରେନ୍‌ରେ ଜୀବନ ବିକଳରେ ହଷ୍ଟେଲ୍‌ରେ ଆଶ୍ରୟ ନେଇଥିବା ଛାତ୍ରୀଛାତ୍ରଙ୍କ ନିକଟରେ ପିଇବାକୁ ପାଣିନାହିଁ । ସେମାନେ ବରଫ ଖଣ୍ଡକୁ ତରଳିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି । ୟୁକ୍ରେନ୍‌ର ଉତ୍ତରପୂର୍ବାଞ୍ଚଳ ସୁମିରୁ ଭାରତୀୟ ଛାତ୍ରୀଛାତ୍ରଙ୍କ ଏପରି ଛାତିଥରା ଭିଡିଓ ସାମ୍ନାକୁ ଆସିଛି । ସେମାନେ କହିଛନ୍ତି ଯେ ୟୁକ୍ରେନ୍‌ର ସୁମି ୟୁନିଭର୍ସିଟି ଅଧୀନସ୍ଥ ଏକ ମେଡିକାଲ୍ କଲେଜ୍ ହଷ୍ଟେଲ୍‌ରେ ପାଖାପାଖି ୮୦୦ରୁ ୯୦୦ ଜଣ ଛାତ୍ରୀଛାତ୍ର ଏକ ସପ୍ତାହ ଧରି ଫସି ରହିଛନ୍ତି । ଏଯାବତ୍ ଆମମାନଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । କିଛି ବିଦେଶୀ ଛାତ୍ର ନିଜ ପ୍ରୟାସରେ ୟୁକ୍ରେନ୍ ପରିତ୍ୟାଗ କରିବା ସମୟରେ ଗୁଳିମାଡ଼ରେ ଜୀବନ ହରାଇଛନ୍ତି । ଜଣେ ଭାରତୀୟ ଛାତ୍ର ଏହି ଭିଡିଓ ସୁଟ୍ କରିବା ସମୟରେ ତାଙ୍କ ପଛରେ ପାଖାପାଖି ଶହେ ଛାତ୍ରୀଛାତ୍ର ଥିବାର ଦେଖିବାକୁ ମିଳିଛି । ସେମାନଙ୍କ ଆଖିରେ ଭୟ-ବିଷାଦ ଓ ଅସହାୟ ଦେଖାଯାଉଛି ।ଆମେ ସରକାରଙ୍କ ସହାୟତା ଅପେକ୍ଷାରେ ରହିଛୁ । ମାତ୍ର ସରକାରଙ୍କ ତରଫରୁ କୌଣସି ସୂଚନା ନାହିଁ । ରୁଷ୍ ସୀମାରେ ବସ୍ ପ୍ରସ୍ତୁତ୍ ରହିଛି ବୋଲି କୁହାଯାଉଛି; ମାତ୍ର ରୁଷ୍ ସୀମା ଏଠାରୁ ପାଖାପାଖି ୫୦ କିମି ଦୂର । ଯଦି ବି ଆମେ ଚାଲି ଚାଲି ଯାଉ ତେବେ ଚାରିଆଡେ ଯୁଦ୍ଧ, ବୋମାବର୍ଷଣ ଓ ମିସାଇଲ୍ ମାଡ଼ । ପ୍ରତି ୨୦ ମିନିଟ୍ ଅନ୍ତରାଳରେ ବୋମାବର୍ଷଣ ଜାରିରହିଛି । ଏପରିସ୍ଥିତିରେ ହଷ୍ଟେଲ୍‌ରୁ ବାହରିବା ଜୀବନ ପ୍ରତି ବିପଦଶଙ୍କୁଳ ବୋଲି ଛାତ୍ରୀଛାତ୍ରମାନେ କହିଛନ୍ତି । ଭାରତ ସରକାର ହଜାର ହଜାର ଭାରତୀୟ ନାଗରିକ ଓ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଦେଶ ଫେରାଇ ନେଇଛନ୍ତି । ଯେଉଁମାନେ ସୁରକ୍ଷିତ ଭାବେ ସୀମାରେ ପହଞ୍ଚି ପାରିଛନ୍ତି ସେମାନଙ୍କୁ ହିଁ ସରକାର ଫେରାଇ ନେଇଛନ୍ତି ବୋଲି ଛାତ୍ରୀଛାତ୍ରମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking