27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶତାତି ପାଇଁ ବଢ଼ିଲା ବିଦ୍ୟାଳୟର ଗ୍ରୀଷ୍ମଛୁଟି

ତାତି ପାଇଁ ବଢ଼ିଲା ବିଦ୍ୟାଳୟର ଗ୍ରୀଷ୍ମଛୁଟି

ଲକ୍ଷ୍ନୌ : ପ୍ରଚଣ୍ଡ ଖରା , ଅସହ୍ୟ ଗୁଳୁଗୁଳି । ଦିଲ୍ଲୀ ସମେତ ସମସ୍ତ ଉତ୍ତର ଭାରତରେ ଜାରି ରହିଛି ଅସହ୍ୟ ତାତି । ଦିଲ୍ଲୀବାସୀ ତ ଏବେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ସେପଟେ ଉତ୍ତରପ୍ରଦେଶରେ ଭୀଷଣ ଗରମକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ବୃଦ୍ଧି କରାଇଚନ୍ତି ସରକାର। ଜୁନ୍‌ ୨୪ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଛୁଟି ବୃଦ୍ଧି ନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର। ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍‌ ୨୮ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ଏ ସମ୍ବନ୍ଧରେ ଉତ୍ତରପ୍ରଦେଶର ସ୍କୁଲ ଶିକ୍ଷା ମହାନିର୍ଦେଶକ କଞ୍ଚନ ବର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରଚଣ୍ଡ ଖରା ଓ ଗରମକୁ ଦୃଷ୍ଟିରେ ରଖି ଶିକ୍ଷକ ସଂଗଠନ ଗ୍ରୀଷ୍ମ ଛୁଟି ବଢାଇବାକୁ ନିବେଦନ କରିଥିଲେ। ଯାହାକୁ ଆଜି ମଞ୍ଜୁର କରିଛନ୍ତି ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking