ଯାଜପୁର: ଧାମରା ରେଳପଥ ନିର୍ମାଣ ଦାବି ରେ ଆରଡ଼ି ଠାରେ ଏକ ପ୍ରତିବାଦ ସଭା ପଦ୍ମାକର ଗୁରୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି. ଏହି ପ୍ରତିବାଦ ସଭାରେ ସଂଗ୍ରାମ ପରିଷଦ ର ଅଧକ୍ଷ ଡ଼ ରାମଚନ୍ଦ୍ର ଖୁଣ୍ଟିଆ ଉଦବୋଧନ ଦେଇକହିଲେ ଚଳିତ ରେଳ ବଜେଟ ରେ ଏଥିପାଇଁ ଅର୍ଥ ମଂଜୁର ନକରିବା ଦୁର୍ଭାଗ୍ୟ ଜନକ ଯାଜପୁରରୋଡ ଠାରୁ ଧାମରା ତିନୋଟି ଜିଲ୍ଲାକୁ ସଂଯୋଗ କରୁଥିବା ଏକ ଜୀବନ ରେଖା ଯେଉଁଠାରେ ନାଭିଗୟା, ବଳଦେବ ଜୀଉ ମନ୍ଦିର ଓ ଆରଡ଼ି ର ବାବାଆଖଣ୍ଡଳମଣି ଦର୍ଶନ କରିବା ସହିତ ଏହି ଅଞ୍ଚଳ ର ଅର୍ଥନୌତିକ ଅଭିବୃଦ୍ଧି ହୋଇପାରିବ. କେନ୍ଦ୍ରସରକାର ତୁରନ୍ତ ଲୋକସଭା ଓ ରାଜ୍ୟ ସଭାରେ ଏହି ତିନିଜିଲ୍ଲାର ସାଂସଦ ମାନେ ଆଲୋଚନା କରି ନିଷ୍ପତି ନ ନେଲେ ଏହି ଅଞ୍ଚଳ ବାସୀ ଦୁର୍ବାର ଆନ୍ଦୋଳନ କରିବେ ଯାହା ରାଜ୍ୟ ବି ଜେ ଡି ଓ କେନ୍ଦ୍ର ବି ଜେ ପି ସରକାର ପାଇଁ ବୁମେରାଙ୍ଗ ହେବ ବୋଲି ଶ୍ରୀ ଖୁଣ୍ଟିଆ ସତର୍କ କରାଇ ଥିଲେ. ଅନ୍ୟମାନଙ୍କ ମଧ୍ୟରେ କେ କେ. ସି ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ସନ୍ତୋଷ କୁମାର ନନ୍ଦ, ଦିଗମ୍ବର ଦାସ. ନରେନ୍ଦ୍ର ମହାନ୍ତି ମନୋଜ ବିଶ୍ୱାଳ ଓ ସତ୍ୟବ୍ରତ ଦାସ. ନିରଞ୍ଜନ ପରିଡା ରଘୁନାଥ ମାଝୀ ମହିନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ନିଜ ନିଜର ଅଭିଭାଷଣ ରେ କେନ୍ଦ୍ର ଓ ରାଜ୍ୟସରକାର ଜନହିତ କୁ ଉପେକ୍ଷା କଲେ ଏହି ଅଞ୍ଚଳ ବାସୀ ଆଗାମୀ ଦିନରେ କଢ଼ା ଜବାବ ଦେବେ