ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ମୃତଦେହ ପରିଚାଳନା ନେଇ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୃତଦେହ ପରିଚାଳନା ନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୃତଦେହ ଡିସପୋଜ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।
ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ମୃତଦେହ ଚିହ୍ନଟ ନ ହେବା ଯାଏଁ କଣ୍ଟେନରରେ ରହିବ ମୃତ ଶରୀର । କଣ୍ଟେନରରେ ଥିବା ଯୋଗୁଁ ମୃତ ଶରୀର ଯେଉଁ ଅବସ୍ଥାରେ ଗ୍ରହଣ କରାଯାଇଥିଲା, ସେଭଳି ଅବସ୍ଥାରେ ରହିଛି । ଡିଏନଏ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି ।ରିପୋର୍ଟ କେବେ ଆସିବ, ସେନେଇ ସ୍ପଷ୍ଟତା ନାହିଁ । ଏମ୍ସ ଭୁବନେଶ୍ଵର ପରିସରରେ ୮୧ଟି ମୃତଦେହ ରହିଛି । ୭୫ ଜଣ ଦାବିଦାର ଅଛନ୍ତି, ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି ।