16.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶନୂଆ ସଂସଦ ଭବନର ୨୮ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆ ସଂସଦ ଭବନର ୨୮ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖରେ ସଂସଦର ନବନିର୍ମିତ ସଂସଦର ଲୋକାର୍ପଣ କରିବେ । ସଂଦର ନୂଆ ଭବନର ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ଗୁରୁବାର ଲୋକସଭା ବାଚସ୍ପତି ଓମ୍ ବିର୍‌ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ୍ କରି ଏହି ଭବନର ଲୋକାର୍ପଣ ପାଇଁ ଅନୁରୋଧ କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ସ୍ୱୀକୃତି ଦେଇଛନ୍ତି ।

ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ୨୦୧୯ ଅଗଷ୍ଟ ୫ ତାରିଖରେ ସଂସଦର ନୂଆ ଭବନ ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ କରିବା ପରେ୨୦୨୦ ଡିସେମ୍ବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଶିଳାନ୍ୟାସ କରିଥିଲେ । ଗୁଣବତ୍ତା ସହିତ ସଂସଦର ନୂଆ ଭବନର ନିର୍ମାଣ ରେକର୍ଡ ସମୟ ମଧ୍ୟରେ କରାଯାଇଛି । ସଂସଦର ଏହି ନବନିର୍ମିତ ଭବନ ଭାରତର ଗୌରବଶାଳୀ ଗଣତାନ୍ତ୍ରିକ ପରମ୍ପରା ଓ ସାମ୍ବିଧାନିକ ମୂଲ୍ୟକୁ ଆହୁରି ସମୃଦ୍ଧ କରିବ ।

ସେହିପରି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଏହି ଭବନରେ ସଦସ୍ୟମାନଙ୍କୁ ନିଜର କାର୍ଯ୍ୟ ଉନ୍ନତ ଢଙ୍ଗରେ ନିଷ୍ପାଦିତ କରିବାକୁ ସହାୟତା ମିଳିବ । ସଂସଦର ବର୍ତ୍ତମାନ ଭବନରେ ଲୋକସଭାର ୫୫୦ ଏବଂ ରାଜ୍ୟସଭାର ୨୫୦ ସାଂସଦଙ୍କ ବୈଠକର ବ୍ୟବସ୍ଥା ରହିଛି । ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରେ ରଖି ନବନିର୍ମିତ ଭବନରେ ଲୋକସଭାର ୮୮୮ ଏବଂ ରାଜ୍ୟସଭାର ୩୮୪ ସଦସ୍ୟଙ୍କ ବୈଠକର ବ୍ୟବସ୍ଥା କରାଯାଇଛି । ଉଭୟ ସଦନର ସଂଯୁକ୍ତ ଅଧିବେଶନ ଲୋକସଭା ଚାମ୍ବର୍‌ରେ ହିଁ ଆୟୋଜିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking