ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସକାଳେ ଭିଡିଓ କନ୍ଫରେନ୍ସ ଜରିଆରେ ରୋଜଗାର ମେଳା ଅଧୀନରେ ୭୦ ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତିପତ୍ର ବଣ୍ଟନ କରିବେ ।
ଗତ ୯ ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କର ଏହା ସପ୍ତମ ନିଯୁକ୍ତି ମେଳା ହେବ । ନିଯୁକ୍ତି ମେଳା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୪.୩୩ ଲକ୍ଷଙ୍କୁ ବିଭିନ୍ନ ସରକାରୀ ବିଭାଗରେ ଚାକିରି ମିଳିସାରିଛି । ପ୍ରଧାନମନ୍ତ୍ରୀ ୨୦୨୨ ଅକ୍ଟୋବର ୨୨ରେ ରୋଜଗାର ମେଳାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲେ । ଦେଶର ଯୁବସମାଜକୁ ୨୦୨୩ ଶେଷ ସୁଦ୍ଧା ୧୦ ଲକ୍ଷ ସରକାରୀ ଚାକିରି ମିଳିବା ସରକାରଙ୍କ ଲକ୍ଷ୍ୟ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ।