30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ଶିଖର ବୈଠକରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ଶିଖର ବୈଠକରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଦୁବାଇ ଗସ୍ତରେ। ଏଠାରେ ସେ ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ଶିଖର ବୈଠକ, ସମ୍ମିଳନୀ ସିଓପି-୨୮ରେ ଯୋଗ ଦେଇ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ରହିଛି ।
ଏହି ସମ୍ମିଳନୀ ସିଓପି-୨୮ର ଏକ ଅଂଶବିଶେଷ । ସଂଯୁକ୍ତ ଆରବ ଏମିରେଟ୍‌‌ସ ଅଧ୍ୟକ୍ଷତାରେ  ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ସିଓପି-୨୮ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସାମୂହିକ ପଦକ୍ଷେପ ଗ୍ରହଣ ସକାଶେ ସଦସ୍ୟ ଦେଶଗୁଡ଼ିକୁ ସେମାନଙ୍କର ମତାମତ ଉପସ୍ଥାପନ କରିବାକୁ ସୁଯୋଗ ପ୍ରଦାନ କରିବ। ଗ୍ଲାସ୍‌‌ଗୋରେ ସିଓପି-୨୬ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚାମୃତ ନାମକ ୫ଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତର ରଣକୌଶଳର ତାହା ଏକ ଅଂଶବିଶେଷ ଥିଲା । ସେହି ସମୟରେ ପ୍ରଧାନମନ୍ତ୍ରୀ ମିଶନ ଲାଇଫ୍‌‌ ‘ଷ୍ଟାଇଲ୍‌‌ ଫର୍‌‌ ଏନ୍‌‌ଭାଇରନ୍‌‌ମେଣ୍ଟ’ର ଘୋଷଣା କରିଥିଲେ। ଭାରତ ଜି-୨୦ର ଅଧ୍ୟକ୍ଷ ଥିବା ସମୟରେ ଜଳବାୟୁ ପରିବର୍ତ୍ତନକୁ ଏକ ପ୍ରମୁଖ ପ୍ରସଙ୍ଗ କରିଥିଲା। ନୂଆଦିଲ୍ଲୀ ଲିଡର୍ସ ଡିକ୍ଲାରେସନ୍‌‌ରେ ଜଳବାୟୁ ପରିବର୍ତ୍ତନ ବିଷୟ ପ୍ରମୁଖ ସ୍ଥାନ ଅଧିକାର କରିଥିଲା । ସିଓପି-୨୮ ଏହି ସବୁ ଅଗ୍ରାଧିକାର ବିଷୟଗୁଡ଼ିକୁ ଆଗେଇ ନେବା ପାଇଁ ସୁଯୋଗ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking