28.1 C
Bhubaneswar
Thursday, July 10, 2025
Homeଓଡିଶାପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଅତିରିକ୍ତ କମିଶନର ନରସିଂହ ଭୋଳଙ୍କ ନାମରେ ଏତଲା 

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଅତିରିକ୍ତ କମିଶନର ନରସିଂହ ଭୋଳଙ୍କ ନାମରେ ଏତଲା 

ଭୁବନେଶ୍ବର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ କମିଶନର ନରସିଂହ ଭୋଳଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏକ ଏତଲା ଦାଖଲ କରାଯାଇଛି। ଏତଲା କପି ଗଣମାଧ୍ଯମଙ୍କ ଉଦ୍ଦେଶ୍ୟରେ ନିମ୍ନରେ ପ୍ରଦତ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ ପିସିସି ପୂର୍ବତନ ସାଧାରଣ ସମ୍ପାଦକ ମହମ୍ମଦ ଇମଦାଦ, ପ୍ରକାଶ ମିଶ୍ର, ମନୋଜ ବିଶ୍ବାଳ, ସୁଦିପ ସାମଲ, ମହମ୍ମଦ ଗୁଲଫାମ, ସ୍ବାଗତ କର, ଲିପିକା ପାତ୍ର, ଗୋପନ ମାର୍ଥା, ଲକ୍ଷ୍ମୀପ୍ରିୟା ନାୟକ, ମହମ୍ମଦ ପରଭେଜ, ଅଜୟ ପଣ୍ଡା, ପବିତ୍ର ସେଠୀ, ପ୍ରଶାନ୍ତ ରାଉତ, ଜୟକୃଷ୍ଣ ସୁବୁଦ୍ଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ । କ୍ୟାପିଟାଲ ଥାନା ପକ୍ଷରୁ ଏତଲା ଗ୍ରହଣ କରାଯାଇଥିଲା। ଯଦି ନରିସିଂହ ଭୋଳଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନନିଆଯାଏ ତେବେ ଯୁବକଂଗ୍ରେସ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।

ଗତକାଲି ପ୍ରାୟ ଅପରାହ୍ନ ୫ ଘଣ୍ଟା ସମୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ପୁରୀ ରଥଯାତ୍ରା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା, ଦଳାଚକଟାରେ ତିନିଜଣ ଭକ୍ତଙ୍କ ମୃତ୍ୟୁ, ପ୍ରାୟ ୫୦ ଜଣ ଭକ୍ତଙ୍କର ଗୁରୁତର ଆହତ ଅବସ୍ଥା ଏବଂ ୧୫ ହଜାରରୁ ଉର୍ଦ୍ଧ ପାସ ବେଆଇନ ଭାବରେ ବଣ୍ଟନ ଏବଂ ବିଶେଷ କରି ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ ରଥଟଣା ବନ୍ଦ ପ୍ରଭୃତି ପ୍ରସଙ୍ଗରେ ଏହି ବିକ୍ଷୋଭ କରାଯାଇଥିଲା ।

ସରକାରଙ୍କର ତ୍ରୁଟି ବିଚ୍ୟୁତି, ଅପାରଗତା ଏବଂ ବେଆଇନ କାର୍ଯ୍ୟକୁ ସମାଲୋଚନା କରିବାର ଅଧୂକାର ବିରୋଧ ଦଳର ଅଛି। ଆମ୍ଭେମାନେ ଏକ ଜାତୀୟ ଦଳ (ଭାରତୀୟ ଜାତୀୟ କଂଗ୍ରେସ)ର କର୍ମକଗାଁ ଅଟୁ । ଆମେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାନ୍ତିଶୃଙ୍ଖଳାରେ ବିକ୍ଷୋଭ କରିଥିଲୁ ଏବଂ ଧାରଣା ମଧ୍ୟ ଦେଇଥିଲୁ। ସେଠାରେ ଆମ ପକ୍ଷରୁ କୌଣସି ହିଂସାତ୍ମକ ବା ନିୟମ ବିରୁଦ୍ଧ କାର୍ଯ୍ୟ ଅବଲମ୍ବନ କରାଯାଇ ନାହିଁ ।

ଭୁବନେଶ୍ୱର କମିଶନରେଟ ପୋଲିସର ଅତିରିକ୍ତ ପୋଲିସ କମିଶନର ଶ୍ରୀ ନରସିଂହ ଭୋଳ ସେଠାରେ ଉପସ୍ଥିତ ଥିଲେ । ଶ୍ରୀ ଭୋଳ ସେଠରେ ଜଗିଥିବା ପୋଲିସ କର୍ମଚାରୀମାନଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ଆଇନ ସମ୍ମତ ନୁହେଁ । ସେ ସେଠାରେ ନିର୍ଦ୍ଦେଶ ଦେଇଥିଲେ ଯେ ଯେଉଁ ଆନ୍ଦୋଳନକାରୀ ମାନେ ବାରିକେଡ ନିକଟକୁ ଆସିବେ ସେମାନଙ୍କର ଗୋଡ଼ ବାଡ଼େଇ ଭାଙ୍ଗିଦେବା ପାଇଁ । ସେ ଆହୁରି ମଧ୍ୟ କହିଥିଲେ ଯେ ଯିଏ ଗୋଡ଼ ବାଡ଼େଇ ଭାଙ୍ଗି ଦେବ ସେ ତାକୁ ପୁରସ୍କାର ଦେବେ। ଶ୍ରୀ ଭୋଳଙ୍କର ଏହି ନିର୍ଦ୍ଦେଶ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ଯମରେ ପ୍ରସାରିତ ହୋଇଛି।

ଯେହେତୁ ଯୁବ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଉପାୟରେ ସେଠାରେ ଆନ୍ଦୋଳନ କରୁଥିଲେ ତେଣୁ ସେଠି କୌଣସି ଅପ୍ରୀତିକର ପରିସ୍ଥିତି ହେଲାନାହିଁ । ଯଦି ଯୁବକଂଗ୍ରେସ କର୍ମୀମାନେ ବାରିକେଡ ନିକଟରେ ଆସି ଆନ୍ଦୋଳନ କରିଥାନ୍ତେ ତେବେ ଶ୍ରୀ ଭୋଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସେଠାରେ ଥ‌ିବା ପୋଲିସ କର୍ମଚାରୀମାନେ ଯୁବ କଂଗ୍ରେସ କର୍ମୀମାନଙ୍କୁ ମାଡ ମାରି ଲହୁଲୁହାଣ କରିଥାନ୍ତେ । କାରଣ ସେମାନେ ତାଙ୍କର ଉଚ୍ଚପଦସ୍ଥ ଅଫିସରଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିଥାନ୍ତି ।

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଜଣେ ପୋଲିସ ଅଫିସର ଦାୟୀତ୍ବରେ ରହିବା ବିପଦପୂର୍ଣ୍ଣ ଅଟେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ବଦଳରେ ତାଙ୍କର ନିର୍ଦ୍ଦେଶ ପରିସ୍ଥିତିକୁ ଅଣାୟତ କରିବାପାଇଁ ଉଦ୍ଦିଷ୍ଟ । ସେହି ଆନ୍ଦୋଳନରେ ସେ ହିଂସା କରିବାପାଇଁ ଉସୁକାଉଥିଲେ। ହିଂସାକୁ ବନ୍ଦ କରିବା ପୋଲିସର କର୍ତ୍ତବ୍ୟ । ମାତ୍ର ସେଠି ବର୍ବରୋଚିତ କାଣ୍ଡ ଭିଆଇବା ପାଇଁ ଶ୍ରୀ ଭୋଳ ଷଡ଼ଯନ୍ତ୍ର କରୁଥିଲେ ବୋଲି ତାହା ସ୍ପଷ୍ଟ ହୋଇପଡ଼ିଛି। ଶ୍ରୀ ଭୋଳଙ୍କ ନିର୍ଦ୍ଦେଶରେ ସେଠାରେ ଆମର କେତେ କର୍ମୀଙ୍କର ଗୋଡ଼ ହାତ ଭାଙ୍ଗିଯାଇଥାନ୍ତା ଏବଂ ସେମାନେ ଗରୁତର ଭାବେ ଆହତ ହୋଇଥାନ୍ତେ । ଆମର ଗଣତାନ୍ତ୍ରିକ ଅଧିକାରକୁ ଛଡ଼େଇ ନେବାପାଇଁ ଶ୍ରୀ ଭୋଳ କିଏ ? ସେ ଜଣେ ସରକାରୀ ଚାକିରିଆ। ନିର୍ଦ୍ଦିଷ୍ଟ ଆଇନକାନୁନ ଭିତରେ ସେ କାର୍ଯ୍ୟକରିବା ପାଇଁ ଅଧୂକାରପ୍ରାପ୍ତ । କିନ୍ତୁ ଆଇନ କାନୁନକୁ ଉଲ୍ଲଙ୍ଘନ କଲେ ତାଙ୍କ ପାଇଁ ମଧ୍ଯ ଦଣ୍ଡବ୍ୟବସ୍ଥା ରହିଛି । ପୋଲିସ ମାଡ଼ରେ ନିରୀହ ଆନ୍ଦୋଳନକାରୀଙ୍କ ଜୀବନ ମଧ୍ୟ ଯାଇଥାନ୍ତା। କାରଣ ବାଡ଼ିରେ ମାଡ଼ ମାରିଲା ବେଳେ କ’ଣ ଘଟିବ କ’ଣ କହିହେବକି ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking