25.1 C
Bhubaneswar
Tuesday, March 10, 2026
Homeଓଡିଶାକେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମହାମହୀମ ରାଷ୍ଟ୍ରପତିଙ୍କ...

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମହାମହୀମ ରାଷ୍ଟ୍ରପତିଙ୍କ ନିକଟକୁ ସ୍ମାରକ ପତ୍ର ପଠାଇଲେ

ଭୁବନେଶ୍ୱର: ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ପ୍ରଦେଶ ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଏଡିଏମଙ୍କ ଜରିଆରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଇସ୍ତଫା ଦାବିକରି ମହାମହୀମ ରାଷ୍ଟ୍ରପତିଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରେରଣ କରିଛନ୍ତି। ପୂର୍ବରୁ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକ ଠାରେ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ହରଦୀପ ସିଂହ ପୁରୀଙ୍କ ଇସ୍ତଫା ଦାବିକରି ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଦସ୍ତଖତ ସମ୍ବଳିତ ଫ୍ଲେକ୍ସ ଫର୍ଦ୍ଦ ମଧ୍ୟ ଦାଖଲ କରାଯାଇଥିଲା।

ଏହି ଅବସରରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବାହିନୀପତି କହିଛନ୍ତି କେନ୍ଦ୍ରର ବିଜେପି ସରକାର ନୈତିକତା ଉପରେ ଗୁରୁତ୍ୱ ଦେଉନାହାନ୍ତି। ହରଦୀପ ସିଂହ ପୁରୀଙ୍କ ଜେଫରୀ ଇପିଷ୍ଟିନର ଅପରାଧ ଦୁନିଆର ଅଂଶୀଦାର ଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରାଯାଉ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କର ନାମ ଇପିଷ୍ଟିନ ଫାଇଲରେ ବାହାରିଛି। ପୃଥିବୀର ବିଭିନ୍ନ ରାଜନେତା ଯେଉଁମାନେ ବିଭିନ୍ନ ଦେଶରେ ସରକାରୀ ବ୍ୟବସ୍ଥା ଭିତରେ ଅଂଶୀଦାର ଅଛନ୍ତି ସେମାନଙ୍କର ନାମ ଇପିଷ୍ଟିନ ଫାଇଲରେ ବାହାରିବାପରେ ସେମାନେ ନିଜ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ହରଦୀପ ସିଂହ ପୁରୀଙ୍କୁ ମନ୍ତ୍ରୀ ମଣ୍ଡଳରେ ରଖିବା ଦ୍ୱାରା ମୋଦି ସରକାର ସାଧାରଣ ଲୋକଙ୍କର ବିଶ୍ୱସନୀୟତା ହରାଉଛନ୍ତି। ଜଣେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଦେଶରେ ଆଲୋଚନା କରାଯାଏ। ତେଣୁ ତାଙ୍କର ବ୍ୟକ୍ତିତ୍ୱ ଏବଂ ଚରିତ୍ର ସ୍ୱଚ୍ଛ ରହିବା ଉଚିତ। ଜେଫରି ଇପିଷ୍ଟିନ ଯେଉଁଭଳି ଭାବରେ ନାବାଳିକା ମାନଙ୍କର ଯୌନଶୋଷଣ, ରକ୍ତ ଶୋଷଣ କରିଥିଲା ଏବଂ ସେମାନଙ୍କୁ ହତ୍ୟା କରିଥିଲା ଏଥିରୁ ସ୍ପଷ୍ଟଯେ ସେ ଜଣେ ରକ୍ତ ପିପାସୁ ପିଶାଚ। ଏଣୁ ମହିଳା କଂଗ୍ରେସ ଦାବି କରୁଛିକି ତୁରନ୍ତ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ବହିସ୍କାର କରାଯାଇ ତାଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ଏବଂ ନିରପେକ୍ଷ ତଦନ୍ତ ହେବା ଉଚିତ। ସେ ମନ୍ତ୍ରୀ ମଣ୍ଡଳରେ ରହିଲେ ତଦନ୍ତ ବାଟମାରଣା ହେବ। ତାଙ୍କ ପାଇଁ କେନ୍ଦ୍ର ସରକାର ଲଜ୍ଜିତ ହେଉଛନ୍ତି ମାତ୍ର ତାଙ୍କୁ ଜାବୁଡ଼ି ଧରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଣତୀ ମିଶ୍ର, ବିଶ୍ୱକଲ୍ୟାଣୀ କର, ସୁନିତା ବିଶ୍ୱାଳ, ଶ୍ରୀୟାସ୍ମିତା ପଣ୍ଡା, ସିଲି ସେଠୀ, ଅମିଶା ସାମନ୍ତରାୟ, ଜୟସ୍ମିତା ମହାନ୍ତି, ଜାନକୀ ମଲ୍ଲିକ, ଉର୍ବଶ୍ରୀ ମିଶ୍ର, ପ୍ରୀତିଛନ୍ଦା ରାଉତରାୟ, ଅପସନା ବେଗମ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking