31.1 C
Bhubaneswar
Monday, May 4, 2026
Homeଅପରାଧପୋଲିସ କର୍ମଚାରୀଙ୍କ ଭାଇଙ୍କୁ ହତ୍ୟା କଲେ ମାଓବାଦୀ

ପୋଲିସ କର୍ମଚାରୀଙ୍କ ଭାଇଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ଇନ୍‌ଫର୍ମର ସନ୍ଦେହରେ ପୋଲିସ କର୍ମଚାରୀଙ୍କ ଭାଇଙ୍କୁ ବୁଧବାର ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ମିଋତୁର ଥାନା ଅନ୍ତର୍ଗତ ତିମନାର ଗ୍ରାମର ସୁଦ୍ରୁ କରାମ। ତାଙ୍କୁ ଘରୁ ଅପହରଣ କରିନେଇ ହତ୍ୟା କରାଯାଇଥିବା ଜଣାପଡିଛି। ତାଙ୍କ ଭାଇ ଛତିଶଗଡ଼ ପୋଲିସ ବିଭାଗରେ କାର୍ୟ୍ୟ କରୁଛନ୍ତି। ମାଓବାଦୀମାନେ ସୁଦ୍ରୁଙ୍କ ଘର ଉପରେ ଆକ୍ରମଣକରି ତାଙ୍କୁ ଅପହରଣ ପରେ ଘର ନିକଟରେ ଥିବା ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ମାଡ଼ ମାରିବାପରେ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଗାଁ ନିକଟ ଜଙ୍ଗଲରେ ଫିଙ୍ଗି ଫେରାର ହୋଇଯାଇଥିଲେ। ପୋଲିସ ସୂଚନାଦାତା ସନ୍ଦେହରେ ଗତ ସପ୍ତାହକ ମଧ୍ୟରେ ବିଜାପୁର ଜିଲାରେ ୩ ଜଣଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking