33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶହ୍ରଦରେ ଖିସିଲା ବିମାନ,୨୩ ଯାତ୍ରୀଙ୍କୁ ଉଦ୍ଧାର

ହ୍ରଦରେ ଖିସିଲା ବିମାନ,୨୩ ଯାତ୍ରୀଙ୍କୁ ଉଦ୍ଧାର

ନୂଆଦିଲ୍ଲୀ: ଆଫିକ୍ରାର ତାଞ୍ଜାନିଆରେ ଏକ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବିମାନଟି ଭିକ୍ଟୋରିଆ ହ୍ରଦରେ ଖସିପଡିଛି । ତେବେ ବୁକୋବା ବିମାନ ବନ୍ଦରରେ ଅବତରଣ ସମସୟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି । ସେହି ବିମାନରେ ମୋଟ ୪୯ ଜଣ ଯାତ୍ରୀ ଥିବାବେଳେ ମୃତାହତଙ୍କ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ ।

ଅନ୍ୟପକ୍ଷେ ବିବାନରେ ଥିବା ଯାତ୍ରୀମାନଙ୍କ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ତେବେ ମୋଟ ଯାତ୍ରୀମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଏହା ଏକ ଘରୋଇ ବିମାନ ଥିବାବେଳେ ଏହା ବୁକୋବାରେ ଅବତରଣ କରିବାକୁ ଯାଉଥିଲା । କିନ୍ତୁ ପାଇଲଟ ଜଣଙ୍କ ତାଙ୍କର ନିୟନ୍ତ୍ରଣ ହରାଇ ଦେବାରୁ ବିମାନଟି ନିକଟରେ ଥିବା ଏକ ହ୍ରଦକୁ ଖସି ପଡିଛି । ତେବେ ଏହି ବିମାନ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହାତ ହୋଇ ନଥିବା ଜଣାପଡିଛି ।

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶ୍ରୀମନ୍ଦିର ଆନନ୍ଦବଜାରରେ ବସି ଖାଇବେ ମହାପ୍ରସାଦ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking