କୁକୁଡାଖଣ୍ଡି : ଦିଗପହଣ୍ଡି ଥାନା ଅଧିନସ୍ଥ ମହୁଡା ଡବଲ ମର୍ଡର ମାମଲାରେ ମହୁଡାର ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି ।ମହୁଡା ଗ୍ରାମରେ ଗତ ଜୁନ ୨୮ ତାରିଖ ରାତିରେ ବିବାହ ଭୋଜି ଚାଲିଥିବା ବେଳେ ଲାଠି ଅଞ୍ଚଳର ଲିଟୁ ପାଢ଼ୀ ଏବଂ ଶିବରାମ ଗୌଡ଼ ଗ୍ରାମକୁ ଆସି ଅସାମାଜିକ କାର୍ଯ୍ୟ କରିବାରୁ ଉଭୟଙ୍କୁ ଗ୍ରାମର କିଛି ବ୍ୟକ୍ତି ହତ୍ୟା କରି ପେଟ୍ରୋଲ ସାହାଯ୍ୟରେ ଜାଳିଦେଇଥିବା ଅଭିଯୋଗ ହୋଇଥିଲା ।
ଏହି ଘଟଣାରେ ପୁଲିସ ପଞ୍ଚମା ଏବଂ ମହୁଡା ଅଞ୍ଚଳର ୧୫ ଜଣକୁ ଅଟକ ରଖି ପରେ ଛାଡିଦେଇଥିଲା । ତେବେ ଗୁରୁବାର ରାତିରେ ଦିଗପହଣ୍ଡି ପୁଲିସ ମହୁଡା ଗ୍ରାମର ପୂର୍ବତନ ସରପଞ୍ଚ ସଞ୍ଜୟ ସାହୁଙ୍କ ସମେତ ୨ ଜଣ ଅପୂର୍ବ ବସ୍ତିଆ ଏବଂ ପବିତ୍ର ନାୟକଙ୍କୁ ଗିରଫ କରି କେସ ୍ନଂ ୨୩୫/୨୩ରେ କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଏକାଧିକ ବ୍ୟକ୍ତି ଦୋଷୀ ଥିବା ବେଳେ ସେମାନଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।