30.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଖୁବଶୀଘ୍ର ଏହି ରାଜ୍ୟରେ ଆରମ୍ଭ ହୋଇପାରେ ପୁରୁଣା ପେନସନ ଯୋଜନା; ମୁଖ୍ୟମନ୍ତ୍ରୀ ଦେଲେ ଇସାରା

ଖୁବଶୀଘ୍ର ଏହି ରାଜ୍ୟରେ ଆରମ୍ଭ ହୋଇପାରେ ପୁରୁଣା ପେନସନ ଯୋଜନା; ମୁଖ୍ୟମନ୍ତ୍ରୀ ଦେଲେ ଇସାରା

ମୁମ୍ବାଇ: ଦେଶରେ ପୁରୁଣା ପେନସନ ଯୋଜନା ଏବେ ଏକ ନିର୍ବାଚନୀ ମୁଦ୍ଦା ପାଲଟିଛି । କିଛି ଅଣ ବିଜେପି ଶାସିତ ରାଜ୍ୟ ଏହାକୁ ଲାଗୁ କରିଛନ୍ତି ଓ ଅନ୍ୟ କିଛି ଅଣ ବିଜେପି ଶାସିତ ରାଜ୍ୟ ଏହାକୁ ଆଗାମୀ ବିଧାନସଭା ନିର୍ବାଚନରେ ମୁଦ୍ଦା କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାମଧ୍ୟ କିଛି ସ୍ଥାନରେ ଫଳପ୍ରଦ ହେଉଛି । ଏହାରି ଭିତରେ ମହାରାଷ୍ଟ୍ରରେ ବିଜେପି ମେଣ୍ଟରେ ସରକାର ଗଠନ କରିଥିବା ଏକନାଥ ସିନ୍ଦେ ଇଶାରା ଦେଲେଣି କି ମହାରାଷ୍ଟ୍ରରେ ବି ପୁରୁଣା ପେନସନ୍ ଯୋଜନା ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି । ମୁଖ୍ୟମନ୍ତ୍ରୀ ସିନ୍ଦେ ଏକ ସଭାରେ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ବିଚାର କରାଯାଉଛି ।

ଆଗାମୀ ନିର୍ବାଚନକୁ ନେଇ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି କି ରାଜ୍ୟର ଶିକ୍ଷା ବିଭାଗ ପୁରୁଣା ପେନସନ ଯୋଜନା ନେଇ ଅଧ୍ୟୟନ କରୁଛି । ସେ କହିଛନ୍ତି କି, ସରକାରୀ ଶିକ୍ଷକ, ସରକାରୀ କର୍ମଚାରୀ ଓ ଅଣ ଅନୁଦାନପ୍ରାପ୍ତ ସ୍କୁଲର କର୍ମଚାରୀଙ୍କ ପାଇଁ ଏହି ଯୋଜନା ଲାଗୁ କରିବା ନେଇ ବିଚାର ବିମର୍ଷ ଚାଲିଛି । ଏହାସହ ଇଂରାଜୀ ମାଧ୍ୟମ ସ୍କୁଲରେ ୨୫ ପ୍ରତିଶତ ସଂରକ୍ଷଣ ଉପରେ ମଧ୍ୟ ବିଚାର କରାଯାଉଥିବା କଥା ସେ କହିଛନ୍ତି ।

ସୂଚନା ଥାଉକି ଅଣ ବିଜେପି ଶାସିତ ରାଜ୍ୟଭାବେ ପଞ୍ଜାବ, ହିମାଚଳ ଛତିଶଗଡ ସରକାର ପୁରୁଣା ପେନସନ ଯୋଜନା ଲାଗୁ କରିସାରିଛନ୍ତି । ଏହାକୁ ବିଜେପି ବିରୋଧ କରିବା ସହ ଏହା ରାଜ୍ୟର ଅର୍ଥନୀତିକୁ ତଳିତଳାନ୍ତ କରିବ ବୋଲି କହୁଛନ୍ତି । ସେପଟେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ ମଧ୍ୟ କହିଛନ୍ତି କି ପୁରୁଣା ପେନସନ ଯୋଜନା ଲାଗୁ କରୁଥିବା ରାଜ୍ୟଗୁଡିକର ଆର୍ଥିକ ସ୍ଥିତି ଖରାପ ହେବ । ଏନେଇ ଅନେକ ଅର୍ଥନୀତିଜ୍ଞମାନେ ମଧ୍ୟ ସମାନ ମତ ଦେଉଛନ୍ତି । ହେଲେ ଯଦି ମହାରାଷ୍ଟ୍ରରେ ବିଜେପି ମେଣ୍ଟ ସରକାର ଏହାକୁ ଲାଗୁକରେ ତେବେ ଏହା ବୁଝିବାକୁ ହେବ ଯେ ଅର୍ଥନୀତି ଉପରେ ପ୍ରଭାବ ପଡିବ କି ନାହିଁ ତାହା ପଛକଥା କିନ୍ତୁ ମାଗଣା ଯୋଜନାରେ ପୁରୁଣା ପେନସନ ଯୋଜନାକୁ ସାମିଲ କରି ନିର୍ବାଚନୀ ବୈତରଣୀ ପାରି ହେବାକୁ ଏହାଏକ ଭଲ ମୁଦ୍ଦା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking