24.1 C
Bhubaneswar
Monday, December 23, 2024
Homeଓଡିଶାମୁଗ ତୋଳିବାକୁ ଯାଇ ଚାଲିଗଲା ବୃଦ୍ଧାଙ୍କ ଜୀବନ: ଶବ ରଖି ରାସ୍ତା ଅବରୋଧକଲେ ଲୋକେ

ମୁଗ ତୋଳିବାକୁ ଯାଇ ଚାଲିଗଲା ବୃଦ୍ଧାଙ୍କ ଜୀବନ: ଶବ ରଖି ରାସ୍ତା ଅବରୋଧକଲେ ଲୋକେ

କବିସୂର୍ଯ୍ୟନଗର:  ବିଦ୍ୟୁତ ଝଟ୍‌କାରେ ବିଲରେ ଟଳି ପଡିଲେ ବୃଦ୍ଧା ଚାଷୀ । ସରକାରୀ ସହାୟତା ଦାବି କରି ଆଜି ଅପରାହ୍ନ ଦୁଇଟାରୁ ପାଞ୍ଚଟା ପର୍ଯ୍ୟନ୍ତ ଶବ ରଖି ରାସ୍ତାରୋକ କଲେ ଗ୍ରାମବାସୀ । ଉଚ୍ଚ କ୍ଷମତା ସମ୍ପନ୍ନ ୭୫୦ କେଭି ବିଦ୍ୟୁତ ଟ୍ରାନ୍ସମିଶନ ଲାଇନର ଇଣ୍ଡକ୍ସନ କରେଣ୍ଟ ସଂସ୍ପର୍ଶରେ ଆସି ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକ ପରିବାରବର୍ଗ । ଏଭଳି ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ଆମ୍ବପୁଆ ପଞ୍ଚାୟତରେ । ପଞ୍ଚାୟତର ଏକାଦଶୀ ଗ୍ରାମର ୬୫ ବର୍ଷୀୟା କୁନ୍ତୀ ସ୍ୱାଇଁ ନିଜ ଗ୍ରାମ ପାଖ ବିଲକୁ ମୁଗ ତୋଳିବା ପାଇଁ ଯାଇଥିଲେ । ବିଲରେ ମୁଗ ତୋଳି ମୁଣ୍ଡରେ ଧରି ଚାଲି ଚାଲି ଯାଉଥିବା ବେଳେ ବିଲ ଉପର ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟ୍ରାନ୍ସମିଶନ ଲାଇନର ଇଣ୍ଡକ୍ସନ କରେଣ୍ଟ ସଂସ୍ପର୍ଶରେ ଆସି ଟଳି ପଡ଼ିଥିଲେ ।

ହାତ ଓ ଛାତି ବିଦ୍ୟୁତ ପ୍ରଭାବରେ ପୋଡି ଯାଇଥିଲା । ବିଲକୁ ଯାଉଥିବା ଲୋକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ସେଠାରୁ ଏକ ପଟ୍ଟାରିସ୍କାରେ ମୃତକଙ୍କ ଶବ ଅଣାଯାଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆସିକା-ଭୁବନେଶ୍ୱର ରାସ୍ତାରେ ଶବ ରଖି ରାସ୍ତାରୋକ କରିଥିଲେ ଗ୍ରାମବାସୀ । ସ୍ଥାନୀୟ ବିଡ଼ିଓ ବାସୁଦେବ ନାୟକ, ବିଦ୍ୟୁତ ସହାୟକ ଯନ୍ତ୍ରୀ, ପୋଲିସ ଅଧିକାରୀ ପହଞ୍ôଚ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାରକୁ ରେଡ଼କ୍ରସ ପକ୍ଷରୁ ୧୦ ହଜାର ଓ ପ୍ରଶାସନ ପକ୍ଷରୁ ଜୀବନ ବୀମା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକରୁ ଉଠିଥିଲେ ଲୋକେ । ଗୃହପାଳିତ ପଶୁ ଓ ଚାଷୀଙ୍କ ଜୀବନର ସୁରକ୍ଷା ପାଇଁ ବିଲ ମଧ୍ୟ ଦେଇ ଯାଇଥିବା ବିଦ୍ୟୁତ୍ ତାରକୁ ଅନ୍ୟତ୍ର ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking