25.1 C
Bhubaneswar
Sunday, December 15, 2024
Homeଓଡିଶାଶିମିଳିପାଳ ଅଭୟାରଣ୍ୟରେ ହ୍ରାସ ପାଇଲା କୁମ୍ଭୀରଙ୍କ ସଂଖ୍ୟା

ଶିମିଳିପାଳ ଅଭୟାରଣ୍ୟରେ ହ୍ରାସ ପାଇଲା କୁମ୍ଭୀରଙ୍କ ସଂଖ୍ୟା

ବାରିପଦା: ଗତବର୍ଷ ତୁଳନାରେ ଶିମିଳିପାଳ ଅଭୟାରଣ୍ୟରେ ଚଳିତ ବର୍ଷ ହ୍ରାସ ପାଇଛି କୁମ୍ଭୀର ସଂଖ୍ୟା। ଶିମିଳିପାଳ ଅଭୟାରଣ୍ୟ ଓ ଏହାର ପାଦଦେଶରେ ଥିବା ବିଭିନ୍ନ ଜଳାଶୟ ଓ ରାମତୀର୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ମୋଟ ୮୨ଟି କୁମ୍ଭୀର ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ୨୦୨୧ ଗଣନାରେ ୮୧, ୨୦୨୨ରେ ୮୩ ଓ ୨୦୨୩ରେ ୮୬ଟି କୁମ୍ଭୀର ରହିଥିବା ବେଳେ ଚଳିତ ବର୍ଷ ୪ଟି କୁମ୍ଭୀର କମିଥିବା ଜଣାପଡିଛି। ତେବେ ଉକ୍ତ କୁମ୍ଭୀରଗୁଡ଼ିକର ମୃତ୍ୟୁ ହୋଇଛି ନା ଶିକାର କରାଯାଇଛି ତାହାକୁ ପ୍ରାଣୀପ୍ରେମୀମାନେ ସନ୍ଦେହ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking