30.1 C
Bhubaneswar
Monday, May 20, 2024
Homeଓଡିଶାଆସନ୍ତା ୩୧ ତାରିଖରେ ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

ଆସନ୍ତା ୩୧ ତାରିଖରେ ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର: ଆସନ୍ତା ୩୧ ତାରିଖରେ ଶପଥ ନେବେ ନୂଆ ରାଜ୍ୟପାଳ । ୨୯ ତାରିଖରେ ରାଜଭବନରେ ପହଂଚିବେ ରଘୁବର ଦାସ । ଓଡିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । କହିଛନ୍ତି କୌଣସି ଦାୟିତ୍ୱ କଠିନ ନୁହେଁ । ନିଷ୍ଠାର ସହ ଦାୟିତ୍ୱ ତୁଳାଇଲେ ଯେତେ ବଡ କାମ ବି ସହଜରେ କରି ହୋଇଥାଏ । ୧୯୮୦ ମସିହାରୁ ଜନତାଙ୍କ ସେବା କରି ଆସୁଥିବା କହିଛନ୍ତି ରଘୁବର ଦାସ ।

ଏହାସହ ସେ କହିଛନ୍ତି, ବିଜେପି ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ଜନତା ପ୍ରେମର ସହ ଯାହା ଦାୟିତ୍ୱ କାନ୍ଧରେ ଦେଇଛନ୍ତି । ତାକୁ ନିଷ୍ଠାର ସହ ସେ ନିର୍ବାହ କରିଛନ୍ତି । ଆଗକୁ ଓଡିଶା ସରକାରଙ୍କ ସହ ମିଶି ରାଜ୍ୟର ବିକାଶ ପାଇଁ କାମ କରିବେ ବୋଲି ରଘୁବର ଦାସ କହିଛନ୍ତି । ତେବେ ଆଜି ବର୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରାଜଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ । ଅପରାହ୍ନରେ ହେବାକୁ ଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ରାଜଭବନ ଅଧିକାରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking