19.1 C
Bhubaneswar
Saturday, November 23, 2024
Homeଓଡିଶାଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ

ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ

କଟକ: ଚଳିତ ବର୍ଷ ସରକାରୀ ହାଇସ୍କୁଲ ପାଠ୍ୟକ୍ରମରେ ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ନୂଆ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ନୂତନ ଶିକ୍ଷା ବର୍ଷର ଖସଡା ସମ୍ପର୍କରେ ସମସ୍ତ ସୂଚନା ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି ।

ସୂଚନା ଅନୁଯାୟୀ, ୨୦୨୨-୨୩ ଶିକ୍ଷା ବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ ହୋଇଥିଲା ନୂତନ ଶିକ୍ଷାବର୍ଷ ୨୦୨୩-୨୪ରେ ମଧ୍ୟ ସେହି ପାଠ୍ୟକ୍ରମ ପ୍ରଚଳିତ ହେବ । ନୂତନ ଶିକ୍ଷାବର୍ଷରେ ମୂଲ୍ୟାୟନ ଶୈଳୀ ମଧ୍ୟ ପୂର୍ବପରି ରହିବ । ଏଥିରେ କୈାଣସି ପରିବର୍ତ୍ତନ ହେବନାହିଁ । ତେବେ ପୂର୍ବରୁ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ ବହିରେ ଷ୍ଟାର ମାର୍କ ଚିହ୍ନିତ ବିଷୟ ପଢା ଯାଉ ନଥିବା ସହ ପରୀକ୍ଷାରେ ପଡୁ ନଥିବା ବେଳେ ନୂଆ ଶିକ୍ଷାବର୍ଷ ୨୦୨୩-୨୦୨୪ରେ ସେହି ଷ୍ଟାର ଚିହ୍ନିତ ବିଷୟ ପଢାଯିବ । ଏହା ସହିତ ପରୀକ୍ଷାରେ ଏହି ବିଷୟରୁ ପ୍ରଶ୍ନ ମଧ୍ୟ ଆସିବ ବୋଲି ବୋର୍ଡ଼ ସ୍ପଷ୍ଟ କରିଛି ।

ସେହିଭଳି ନବମ ଶ୍ରେଣୀରେ ନୂଆ କରି ଆରମ୍ଭ ହୋଇଥିବା ଆସ୍ପିରେସ୍‌ନାଲ୍ କମ୍ପୋନେଟ୍‌ସ ନୂଆ ଶିକ୍ଷାବର୍ଷରେ ଉଭୟ ମାଟ୍ରିକ୍ ଓ ମଧ୍ୟମାରେ ପ୍ରଚଳିତ ହେବ । ଏଥି ସହିତ ଚଳିତବର୍ଷ ଯେଉଁଭଳି ପ୍ରଶ୍ନପତ୍ର ଏବଂ ପରୀକ୍ଷା ଶୈଳୀ ରହିଛି,ନୂଆ ଶିକ୍ଷାବର୍ଷରେ ମଧ୍ୟ ଠିକ୍ ସେମିତି ରହିବ; ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ । ନୂତନ ଶିକ୍ଷାବର୍ଷର ସବିଶେଷ ବିବରଣୀ ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀମାନେ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭକୁ ଯାଇ ଏ ସଂକ୍ରାନ୍ତରେ ଥିବା ବିବରଣୀ ପାଇପାରିବେ ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking