28.6 C
Bhubaneswar
Saturday, April 11, 2026
Homeଓଡିଶାମାଆ ପାଇଁ ଗଛ ଟିଏ ବନୀ କରଣ କାର୍ଯ୍ୟରେ ସାମିଲ ହେଲେ ସାଂସଦ

ମାଆ ପାଇଁ ଗଛ ଟିଏ ବନୀ କରଣ କାର୍ଯ୍ୟରେ ସାମିଲ ହେଲେ ସାଂସଦ

ଯାଜପୁର : ଆଜି ପୂର୍ବାହ୍ନରେ ମାଆ ପାଇଁ ଗଛଟିଏ ଲଗାଇବା ବନୀ କରଣ କାର୍ଯ୍ୟରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରବିନ୍ଦ୍ର ନାରାୟଣ ବେହେରା କୋରେଇ ବ୍ଲକ ଅଧିନ ଓଉପଦା ଠାରେ ପାଣିକୋଇଲି ଓ ସୁକିନ୍ଦା ଜାତୀୟ ରାଜପଥ ରେ ଏକଲକ୍ଷ ବୃକ୍ଷ ରୋପଣ ବନୀକରଣ କାର୍ଯ୍ୟର ଶୁଭାରମ୍ଭ କରି ଜିଲ୍ଲାରେ ବୃକ୍ଷ ରୋପଣ ବନୀକରଣ କାର୍ଯ୍ୟର ଏକ ସାମାଜିକ ଆନ୍ଦୋଳନ ସୃଷ୍ଟି କରିବାକୁ ଆହ୍ଵାନ ଦେବା ସହ ଏକ ଲକ୍ଷ ବୃକ୍ଷ ତଥା ଆମ୍ବ, ପଣସ, ସାଗୁଆନ ଇତ୍ୟାଦି ପାଣିକୋଇଲି ରୁ ସୁକିନ୍ଦା ଜାତୀୟ ରାଜପଥ କଡରେ ରୋପଣ କରିବାକୁ ଧାର୍ଯ୍ୟ କରିଛନ୍ତି । ଆଧୁନିକ ସଭ୍ୟତା ଆପନେଇବାଦ୍ୱାରା ପରିବେଶ ବ୍ୟାପକ ଭାବେ ପ୍ରଦ୍ୟୁଷଣ ହେବାରେ ଲାଗିଛି। ବାୟୁମଣ୍ଡଳ ଦୂଷିତ ହୋଇ ଅଙ୍ଗାରକାମ୍ଳ ଗ୍ୟାସ ବଢିବା ,ତାପମାତ୍ରାରେ ତାରତମ୍ୟ, ବଜ୍ର ପାତର ତାରତମ୍ୟ, ବୃଷ୍ଟି ପାତର ତାରତମ୍ୟ ଆଦି ଭୁଲ ସମସ୍ୟା ଉପୁଜୁଥିବା ବେଳେ ଏ ସମସ୍ତ ସମସ୍ୟାକୁ ପ୍ରତିହତ କରିବାକୁ ହେଲେ ପିଲାଠାରୁ ବୃଦ୍ଧ ବୃଦ୍ଧା ସମସ୍ତେ ଆମ ଧରିତ୍ରୀ ମା ପାଇଁ ଗଛଟିଏ ଲଗାଇବା ଆବଶ୍ୟକ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପି ଅନ୍ୱେଷା ରେଡ୍ଡୀ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ,ବ ଡି ଓ କୋରେଇ , ବନ ବିଭାଗ କର୍ମଚାରୀ ପ୍ରମୁଖ ଏହି ମାଆ ପାଇଁ ଗଛଟିଏ ପବିତ୍ର କାର୍ଯ୍ୟ କ୍ରମରେ ଯୋଗଦେଇ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking