ବାରଙ୍ଗ: ବିଶ୍ୱ ବାଘ ଦିବସରେ ନନ୍ଦନକାନନରେ ଜନ୍ମ ହେଲା ବାଘ ଛୁଆ । ମା’ ହେଲା ଧଳା ବାଘୁଣୀ ମୌସୁମୀ । ମୌସୁମୀ ଓ ତା’ ଛୁଆ ସୁସ୍ଥ ଅଛନ୍ତି। ସେମାନଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ମୌସୁମୀକୁ ୮ବର୍ଷ ହୋଇଛି । ୨୦୧୬ରେ ବାଘ ମନୀଷ ଓ ବାଘୁଣୀ ସ୍ନେହାଙ୍କ ମିଳନରେ ଜନ୍ମ ହୋଇଥିଲା ମୌସୁମୀ । ବାଘୁଣୀ ମୌସୁମୀ ସହ ଅନେକ ବାଘଙ୍କ ମିଳନ ହୋଇଥିଲେ ସୁଦ୍ଧା ସନ୍ତାନ ପ୍ରାପ୍ତି ହୋଇପାରିନଥିଲା । ଶେଷରେ ବାଘ ରାଜେଶ ସହ ମିଳନ ହେବା ପରେ ବାଘୁଣୀ ମୌସୁମୀ ମା’ ହୋଇଛି ବୋଲି ନାନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି ।