27.1 C
Bhubaneswar
Sunday, July 7, 2024
Homeଓଡିଶାଜ୍ବାଇଁ ଘରେ ବିଦ୍ୟୁତ ତାର ସଜାଡୁଥିବା ବେଳେ ଶ୍ବଶୁର ମୃତ

ଜ୍ବାଇଁ ଘରେ ବିଦ୍ୟୁତ ତାର ସଜାଡୁଥିବା ବେଳେ ଶ୍ବଶୁର ମୃତ

ବଲାଙ୍ଗିର : ଅଭାବନୀୟ ଘଟଣା । ଜ୍ବାଇଁ ଘରେ ବିଦ୍ୟୁତ ତାର ସଜାଡୁଥିବା ବେଳେ ଶ୍ବଶୁର ମୃତ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଗଡବାହାଲ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ମୁରିବାହାଲ ଥାନା କୁର୍ଲୁବାହାଲ ଗାଁର ଛବି ଧରୁଆ ।

ଛବି ପେଶାରେ ଜଣେ ରାଜମିସ୍ତ୍ରୀ ଥିଲେ । ଗଡ଼ବାହାଲରେ ଥିବା ଝିଅ ଘରକୁ ଆସି ଘରର ବିଦ୍ୟୁତ ବୋର୍ଡ ସଜାଡୁଥିଲେ ଛବି ହଠାତ୍ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ପରିବାର ଲୋକେ ତୁରନ୍ତ ଛବିଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଛବିଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ଛବିଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅଧିକ ତଦନ୍ତ କରୁଛି ତୁରେକେଲା ପୋଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking