19.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶଦେଶର ସବୁଠାରୁ ଦାମୀ ଜମି ଡିଲ୍,ପ୍ରତି ଏକରକୁ ଜାପାନୀ କମ୍ପାନୀ ଦେଲା ୭୪୫ କୋଟି ଟଙ୍କା

ଦେଶର ସବୁଠାରୁ ଦାମୀ ଜମି ଡିଲ୍,ପ୍ରତି ଏକରକୁ ଜାପାନୀ କମ୍ପାନୀ ଦେଲା ୭୪୫ କୋଟି ଟଙ୍କା

ମୁମ୍ବାଇ: ଦେଶର ମାୟାନଗରୀ ମୁମ୍ବାଇରେ ଦେଶର ସବୁଠାରୁ ଅଧିକ ଦାମରେ ଜମି କିଣାବିକା ହୋଇଛି। ଏହା ସାରା ରିୟଲ ଇଷ୍ଟେଟ୍ ମାର୍କେଟକୁ ଆଶ୍ଚର୍ଯ୍ୟ କରିଛି। ଜାପାନର ସୁମିତୋମୋ ଗ୍ରୁପ ନାମକ ଏକ ୨,୨୩୮ କୋଟି ଟଙ୍କା ମୂଲ୍ୟରେ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପଲେକ୍ସରୁ ୩ ଏକର ପ୍ଲଟ କିଣିଛି। କୁହାଯାଉଛି ଯେ, ସୁମିତୋମୋ ଗ୍ରୁପ ପ୍ରତି ଏକର ପାଇଁ ପ୍ରାୟ ୭୪୫ କୋଟି ଟଙ୍କା ଦେଇଛି।

ସୂଚନା ଅନୁସାରେ ବାନ୍ଦ୍ରା-କୁର୍ଲା କମ୍ପଲେକ୍ସର ପ୍ଲଟ ଅନ୍ୟ ଦୁଇ ପ୍ଲଟ ସହିତ ଗତ କିଛି ମାସ ହେବ ବିକ୍ରି ପାଇଁ ରହିଥିଲା। କିନ୍ତୁ ରିୟେଲ ଇଷ୍ଟେଟ ଦୁନିଆରେ ମାନ୍ଦାବସ୍ତା ପାଇଁ ଶେଷରେ କେହି ବିକ୍ରେତା ମିଳିଲେନି। ମୁମ୍ବାଇର ସ୍ଥାନୀୟ ଡେଭଲପର୍ସ ମଧ୍ୟ ଏହି ପ୍ଲଟରେ ପୁଞ୍ଜି ଲଗାଇବାକୁ ଭୟ କରୁଥିଲେ।

କିନ୍ତୁ ଜାପାନର ସୁମିତୋମୋ ଗ୍ରୁପ ଏହି ଜମିକୁ କିଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ବାନ୍ଦ୍ରା-କୁର୍ଲା କମ୍ପଲେକ୍ସ ଭଳି ପ୍ରାଇମ ଲୋକେସନକୁ ସେମାନେ ବହୁତ ଦାମରେ କିଣିଛନ୍ତି। କୁହାଯାଉଛି ଯେ, ଯେଉଁ ପ୍ଲଟକୁ ସୁମିତୋମୋ ଗ୍ରୁପ କିଣିଛି ଏହାର ରିଜର୍ଭ ପ୍ରାଇସ  ୩.୪୪ ଲକ୍ଷ ପ୍ରତି ବର୍ଗ ମିଟରରେ ଥିଲା। ଏହା ପୂର୍ବରୁ ୨୦୧୦ରେ ଲୋଢା ଗ୍ରୁପ ଏମଏମଆରଡିର ବଡାଲାରେ ୬.୨ ଏକର ପ୍ଲଟର ୪,୦୫୦ କୋଟି ଟଙ୍କାରେ ସବୁଠୁ ଅଧିକ ଟଙ୍କାରେ ବିକ୍ରି କରିବାକୁ ଘୋଷଣା କରିଥିଲା। ଅର୍ଥାତ ଏହାର ପ୍ରତି ଏକରକୁ ୬୫୩ କୋଟି ଟଙ୍କା ଲୋଢା ଗ୍ରୁପ ପରିଶୋଧ କରିଥିଲା।

ଶୁଣିବାକୁ ମିଳୁଛି ଯେ, ସୁମିତୋମୋ ଗ୍ରୁପର ଯୋଜନା ହେଉଛି ଯେ, ଏଠାରେ କମର୍ସିଆଲ ଅଫିସ କମ୍ପଲେକ୍ସ ତିଆରି କରିବ। ଏଠାରେ ସୁମିତୋମି ଗ୍ରୁପ ଭାରତରେ ନିଜର ୟୁନିଟକୁ ସ୍ଥାପିତ କରିପାରେ। ଏହି ଡିଲ ପରେ ସୁମିତୋମି ଭଡାରେ ଅଫିସ ଦେଉଥିବା ସେକ୍ଟରରେ କାମ କରିପାରେ। ପୂର୍ବରୁ ବହୁ ବୈଦେଶିକ କମ୍ପାନୀ ଏହି ସେକ୍ଟରରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking