ଭୁବନେଶ୍ୱର: ଜେଲରେ କଏଦୀଙ୍କ ମାନସିକ ସ୍ଥିତି ସମ୍ପର୍କରେ ଯାଞ୍ଚ ହେବ । ମେ ୧ରୁ ଜେଲରେ ନିଯୁକ୍ତି ପାଇବେ ୨୬ କ୍ଲିନିକାଲ ସାଇକୋଲୋଜିଷ୍ଟ । ସର୍କଲ ଜେଲ ସହ କିଛି ଜିଲ୍ଲାରେ ମାଦସିକ ଡାକ୍ତର ନିଯୁକ୍ତି ପାଇବେ । ପ୍ରତି କଏଦୀଙ୍କ ମାନସିକ ସ୍ଥିତି ପରୀକ୍ଷା ସହ ମଧ୍ୟ ଚିକିତ୍ସା କରାଯିବ । ଜେଲ ଭିତରେ ଶିକ୍ଷା ସହ ଆତ୍ମନିର୍ଭରଶୀଳ ପାଇଁ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ଦେଲେ ଡିଆଇଜି ଶୁଭକାନ୍ତ ମିଶ୍ର ।