35.1 C
Bhubaneswar
Monday, June 17, 2024
Homeଓଡିଶା୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର : ଆସନ୍ତା ୨୬ତାରିଖରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ । ସକାଳେ ସାଢେ ୧୦ଟାରେ ପ୍ରାକାଶ ପାଇବ ରେଜଲ୍ଟ । ପ୍ରେସମିଟ୍ ଜରିଆରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ଦେଇଛନ୍ତି । ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକସଙ୍ଗେ ପ୍ରକାଶ ପାଇବ । ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ମାର୍କସିଟ ଓ ସାର୍ଟିଫିକେଟ ଡାଉନଲୋଡ କରିପାରିବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏ ଚାଲିଥିଲା । ମାଟ୍ରିକରେ ୫୧ ଲକ୍ଷ ୪୧ହଜାର ୬୧୧, ମଧ୍ୟମାରେ ୩ହଜାର ୩୭ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୭ ହଜାର ୮୩୧ ଜଣ ପିଲା ଫର୍ମ ପୂରଣ କରିଥିଲେ । ସେହିପରି ଆସନ୍ତା ୨୬ତାରିଖରେ ପ୍ରକାଶ ପାଇବ ଦ୍ବାଦଶ ପରୀକ୍ଷା ଫଳା ଅପରାହ୍ନରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking